ବାଣମରାରୁ ମହାଭାରତ: ଗୋଷ୍ଠୀ ସଂଘର୍ଷରେ ୧୦ ଆହତ, ୨ ଗୁରୁତର

Advertisment

ଢେଙ୍କାନାଳ ରାସୋଳ ଥାନା ବେଡ଼ାପଡ଼ା ଗାଁରେ ବାଣମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ସଂଘବଦ୍ଧ ଆକ୍ରମଣରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି।

ଢେଙ୍କାନାଳ ରାସୋଳ ଥାନା ବେଡ଼ାପଡ଼ା ଗାଁରେ ବାଣମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ସଂଘବଦ୍ଧ ଆକ୍ରମଣରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି।

attack

ରାସୋଳ/ଓଡ଼ାପଡ଼ା: ଢେଙ୍କାନାଳ ରାସୋଳ ଥାନା ବେଡ଼ାପଡ଼ା ଗାଁରେ ବାଣମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ସଂଘବଦ୍ଧ ଆକ୍ରମଣରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି। ରବିବାର ଅପରାହ୍ନରେ ବେଡ଼ାପଡ଼ା ଗ୍ରାମରେ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଦିବସ ଥିଲା। ଏଥିରେ ଅତିଥିମାନେ ଯୋଗ ଦେଇ ପୁରସ୍କାର ବିତରଣ କରିଥି‌ଲେ। ପରେ କେତେକ ବାଣ ଫୁଟାଇ ଖୁସି ମନାଇବାବେଳେ ଏହାକୁ କିଛି ବିରୋଧ କରିଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା ଏବଂ ବୁଝାସୁଝା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଖେଳ ପରେ ଗ୍ରାମର ରାକେଶ ପରିଡ଼ା (୨୫) ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ କିଛି ଜଣ ଆକ୍ରମଣ କରିଥିଲେ। ଏଥିରେ ର‌ାକେଶଙ୍କ ସମେତ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ରାକେଶଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଉଭୟପକ୍ଷରୁ ପଥର ମାଡ଼, ଗାଁ ପୁରୁଷ ଶୂନ୍ୟ
ଚାପା ଉତ୍ତେଜନା, ବ୍ୟାପକ ପୁଲିସ ମୁତୟନ

ଏହି ଘଟଣାକୁ ନେଇ ଗାଁରେ ପୁଣି ଉତ୍ତେଜନା ଦେଖା ଦେଇଥିଲା। ଆହତଙ୍କ ପକ୍ଷରୁ କିଛି ଯୁବକ ଅନ୍ୟ ସାହିରେ ପଶି ପଥରମାଡ଼ କରିଥିଲେ। ଫଳରେ ଗୋଷ୍ଠୀ ସଂଘର୍ଷ ମୁଣ୍ଡ ଟେକିଥିଲା। ଉଭୟ ପକ୍ଷରୁ ଆକ୍ରମଣ, ପ୍ରତି ଆକ୍ରମଣ ହୋଇଥିଲା। ଯେଉଁଥିରେ ଦୁଇ ପକ୍ଷରୁ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ରାସୋଳ ପୁଲିସ ଗାଁରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ହେଲେ ତାହା ସମ୍ଭବ ହୋଇ ନଥିଲା। ସ୍ଥାନୀୟ ପୁଲିସ ହାତରୁ ନିୟନ୍ତ୍ରଣ ଖସିବା ପରେ ଢେଙ୍କାନାଳ ଏସ୍‌ପି ଅଭିନବ ସୋନକରଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ହିନ୍ଦୋଳ ଓ ବାଲିମି ଥାନାଧିକାରୀ ସଦଳବଳେ ଯାଇଥିଲେ। ଗ୍ରାମରେ ରାତି ୧୦ଟା ସୁଦ୍ଧା ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି। ତଥାପି ଗ୍ରାମ‌ରେ ଚାପା ଉତ୍ତେଜନା ଲାଗି ରହିଛି। ଅନ୍ୟପଟେ ଏହି ଘଟଣା ପରେ ଗାଁର ଗୋଟିଏ ସାହି ପୁରୁଷଶୂନ୍ୟ ହୋଇଯାଇଛି। ସମସ୍ତେ ଘର ଛାଡ଼ି ଅନ୍ୟତ୍ର ପଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe