ମହାକାଳପଡ଼ା ଜଙ୍ଗଲ ଜମି ଦୁର୍ନୀତି ମାମଲା: ପିସିସିଏଫ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

Advertisment

ମହାକାଳପଡ଼ା ଜଙ୍ଗଲ ଜମି ଦୁର୍ନୀତି ମାମଲାରେ ପ୍ରଶାସନର ଅଡ଼ୁଆ ବଢ଼ିଛି। ଏ ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପରେ ଜଙ୍ଗଲ ବିଭାଗ ମାମଲାକୁ ଗୁରୁତ୍ବର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି।

ମହାକାଳପଡ଼ା ଜଙ୍ଗଲ ଜମି ଦୁର୍ନୀତି ମାମଲାରେ ପ୍ରଶାସନର ଅଡ଼ୁଆ ବଢ଼ିଛି। ଏ ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପରେ ଜଙ୍ଗଲ ବିଭାଗ ମାମଲାକୁ ଗୁରୁତ୍ବର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି।

fhfhhcvccv

କେନ୍ଦ୍ରାପଡ଼ା: ମହାକାଳପଡ଼ା ଜଙ୍ଗଲ ଜମି ଦୁର୍ନୀତି ମାମଲାରେ ପ୍ରଶାସନର ଅଡ଼ୁଆ ବଢ଼ିଛି। ଏ ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପରେ ଜଙ୍ଗଲ ବିଭାଗ ମାମଲାକୁ ଗୁରୁତ୍ବର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି। ପ୍ରଧାନ ମୁଖ୍ୟ ବନ ସ˚ରକ୍ଷକ (ପିସିସିଏଫ୍‌)ଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯିବା ପରେ ମହାକାଳପଡ଼ା ତହସିଲ୍‌ର ଅସାଧୁ କର୍ମଚାରୀଙ୍କ ମଧୢରେ ଭାଳେଣି ପଡ଼ିଛି। ମହାକାଳପଡ଼ାର ତତ୍କାଳୀନ ତହସିଲଦାର ହାଇକୋର୍ଟରେ ସତ୍ୟପାଠ ଦେଇ ଜଙ୍ଗଲ ଜମିକୁ ବ୍ୟକ୍ତିଗତ ମାଲିକାନାରେ ସ୍ଥିତିବାନ ପଟ୍ଟା କରି ଦିଆଯାଇଥିବା ମାନି ସାରିଛନ୍ତି। ଏହାର ରେକର୍ଡ ସ˚ଶୋଧନ କରାଯାଇ ସରକରୀ ଖାତାକୁ ଫେରାଇ ଅଣାଯିବା ସହ ଅଯୋଗ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବର୍ଷାଧିକ କାଳ ବିତିଯାଇଥିଲେ ହେଁ ନା’ ଦଖଲକାରୀଙ୍କ କବଳରୁ ଜଙ୍ଗଲ ଜମିକୁ ମୁକ୍ତ କରାଯାଇପାରୁଛି ନା’ ଜିଲ୍ଲାପାଳଙ୍କ କୋର୍ଟରେ ବିଚାର‌ାଧୀନ ଥିବା ଏ ସମ୍ବନ୍ଧିତ ମାମଲାର ଫଇସଲା ହୋଇପାରୁଛି। ମାମଲାକୁ ଜିଲ୍ଲା ପ୍ରଶାସନଠୁ ତହସିଲ ପ୍ରଶାସନ ଯାଏଁ,  ସମସ୍ତେ ଚାପି ଦେବାକୁ ବସିଥିବା ବେଳେ ଏବେ ପିସିସିଏଫ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ ମହାକାଳପଡ଼ା ତହସିଲ୍‌ କର୍ମଚାରୀଙ୍କ ଚିନ୍ତା ବଢ଼ାଇଛି।

ପ୍ରଶାସନର ଅଡ଼ୁଆ ବଢ଼ିଲା; ‌କୋଟିପତିଙ୍କୁ 
ଦର୍ଶାଇଥିଲେ ଭୂମିହୀନ

ମହାକାଳପଡ଼ା ତହସିଲ୍‌ରେ ଜଣେ କି’ ଦୁଇଜଣ ନୁହେଁ, ବହୁ ଥିଲାବାଲା ଲୋକଙ୍କୁ ଭୂମିହୀନ ଦର୍ଶାଯାଇ ଜଙ୍ଗଲ ଜମି ପ୍ରଦାନ କରାଯାଇଛି। ତତ୍କାଳୀନ ତହସିଲଦାର ବି’ ୨୫ ଏକର ସମ୍ପତ୍ତି ଥିବା ଖରିନାସୀ ମୌଜାର ଦେବନାଥ ପରିବାରର ଗୋଟିଏ ପୁଅ-ବୋହୂ ଏବ˚ କୋଟିପତି ବ୍ୟବସାୟୀ ରାମନଗର ଅଞ୍ଚଳର ରଞ୍ଜନ ଘରାମିଙ୍କୁ ଭୂମିହୀନ ଦର୍ଶାଇ ଜଙ୍ଗଲ ଜମି ଦିଆଯିବା ବେଆଇନ ବୋଲି ମାନି ସାରିଛନ୍ତି। ଦୁହେଁ କାଗଜପତ୍ରରେ ଭୂମିହୀନ ସାଜି ଜମି ହାତେଇବା ପରେ ମାର୍କେଟ୍‌ କମ୍ପ୍ଲେକ୍ସ ଗଢ଼ିଛନ୍ତି। ଖରିନାସୀର ଦମ୍ପତି ଅଜୟ ଦେବନାଥ ଓ ସୋନିତା ଦେବନାଥ ତହସିଲ୍‌ରୁ ଭୂମିହୀନ ହିସାବରେ ୧୦ ଡିସିମିଲ୍‌ ଜମି ପାଇବା ପରେ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରି ଲେଦ୍‌ ବ୍ୟବସାୟ ଚଳାଇବା ସହିତ ଅନ୍ୟ ଘରଗୁଡ଼ିକୁ ଭଡ଼ା ଦେଇଛନ୍ତି। ରଞ୍ଜନ ମଧୢ ବିଶାଳ ମାର୍କେଟ୍‌ କମ୍ପ୍ଲେକ୍ସ କରି ମାଛଦାନା ବ୍ୟବସାୟ କରୁଛନ୍ତି। ଏହାର ତଥ୍ୟପ୍ରମାଣ ଦିଆଯିବା ପରେ ମଧ୍ୟ ତହସିଲ୍‌ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିଲା। ‘ସମ୍ବାଦ’ରେ ବାରମ୍ବାର କୋଟିପତିଙ୍କୁ ଭୂମିହୀନ ପଟ୍ଟା ଦିଆଯିବା ଖବର ପ୍ରକାଶ ପରେ ତତ୍କାଳୀନ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ଏହା ପରେ ସମ୍ପୃକ୍ତ ଅଯୋଗ୍ୟଙ୍କୁ ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍‌ ହୋଇଥିଲା। ସେମାନେ ଉତ୍ତର ରଖିବାକୁ ସମୟ ମାଗିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଜିଲ୍ଲାପାଳ ଅନୁପସ୍ଥିତ ରହିବାରୁ ଆଉ ମାମଲାର ଶୁଣାଣି ହେଉନାହିଁ। ଗତ ୨୮ତାରିଖରେ ଏ ସ˚କ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ସାମାଜିକ କର୍ମୀ ପ୍ରତାପ ମହାନ୍ତି ଜଙ୍ଗଲ ବିଭାଗକୁ ଟ୍ବିଟ୍‌ କରି ହଡ଼ପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe