ମହାକାଳପଡ଼ା ମନରେଗା ଦୁର୍ନୀତି : ରିପୋର୍ଟ ମାଗିଲେ ମୁଖ୍ୟ ଶାସନ ସଚିବ

ବିଂଝାରପୁର ମନରେଗା ଦୁର୍ନୀତି ତଦନ୍ତ ପାଇଁ ୨୧ରେ ଆସିବେ ଟିମ୍‌

The Hans India

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ନାଞ୍ଜୁରା ପଞ୍ଚାୟତରେ ପୋଖରୀ ଖୋଳା ନାଁରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ହୋଇଥିବା ଆଖିବୁଜା ଦୁର୍ନୀତି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି ମୁଖ୍ୟ ଶାସନ ସଚିବ। କିଭଳି ଆଉ କେଉଁ ପରିସ୍ଥିତିରେ କାମ ନ କରି ଲୋକଙ୍କ ଆକାଉଣ୍ଟ୍‌କୁ ଟଙ୍କା ଗଲା, ସେ ସ˚କ୍ରାନ୍ତରେ ରିପୋର୍ଟ ମାଗିବା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ(ଚିଠି ନ˚-୧୩୫୪) ଦେଇଛନ୍ତି।

ଏହି କ୍ରମରେ ଆଜି ଡିଆରଡିଏ ଅତିରିକ୍ତ ପିଡି ଅଜୟ କୁମାର ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ୍‌ ନାଞ୍ଜୁରା ଯାଇ ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ପୋଖରୀ ଖୋଳା ଯାଇଥିବା ସ୍ଥାନ ବୁଲି ଦେଖିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି। ଏହା ସହିତ ତଦନ୍ତକାରୀ ଟିମ୍‌ ପ˚ଚାୟତ ଅଫିସରୁ ପ୍ରକଳ୍ପ ସ˚କ୍ରାନ୍ତୀୟ ସବିଶେଷ ରେକର୍ଡପତ୍ର ନେଇ ଆସିଛନ୍ତି। ଆସନ୍ତା ୨୫ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଅତିରିକ୍ତ ପିଡି ଶ୍ରୀ ବିଶ୍ବାଳ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ରିପୋର୍ଟ ଦିଆଯିବ।

ଉଲ୍ଲେଖଯୋଗ୍ୟ ଯେ, କରୋନା ଲକଡାଉନ୍‌ ସମୟରେ ଦୋଳିଗାଁର ରାଧା ତରାଇଙ୍କ ଘର ସମ୍ମୁଖରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନରେଗା ଯୋଜନାରେ ହୋଇଥିବା ଏହି ପୋଖରୀ ଖୋଳା କାମରେ ଦୁର୍ନୀତି ସେତିକିବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ କାମ ନ କରି ୫୦ରୁ ଅଧିକ ଅଣଶ୍ରମିକଙ୍କ ଆକାଉଣ୍ଟ୍‌କୁ ଟଙ୍କା ଯାଇଥିବାର ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe