ପୀଠେ ମହାମାୟା: ୭ ବଖରାରେ ପୂଜା ପାଆନ୍ତି ସାତ ଭଉଣୀ

ଅନେକ ଅନନ୍ୟ ପରମ୍ପରା, ରୀତିନୀତିରେ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଥାଏ। ନବରାତ୍ରରେ ଦେବୀଙ୍କ ସହ ୭ ଭଉଣୀ ବା ସପ୍ତମାତୃକାଙ୍କୁ ପୂଜା କରିବା ମନ୍ଦିରର ନିଆରା ପରମ୍ପରା ରହିଆସିଛି।

fshhfshfsxvbvbxbv

ବାଣପୁର: ଅନେକ ଅନନ୍ୟ ପରମ୍ପରା, ରୀତିନୀତିରେ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଥାଏ। ନବରାତ୍ରରେ ଦେବୀଙ୍କ ସହ ୭ ଭଉଣୀ ବା ସପ୍ତମାତୃକାଙ୍କୁ ପୂଜା କରିବା ମନ୍ଦିରର ନିଆରା ପରମ୍ପରା ରହିଆସିଛି। ଅଧିକାଂଶ ଶକ୍ତିପୀଠରେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ମୂଳାଷ୍ଟମୀ ଠାରୁ ଆଶ୍ବିନ ଶୁକ୍ଳ ଦଶମୀ, ଷୋଡ଼ଶ ଦିବସ ଧରି ଶାରଦୀୟ ଦୂର୍ଗାପୂଜା ଅନୁଷ୍ଠିତ ହୋଇଥାଏ। କିନ୍ତୁ ବାଣପୁରର ମା’ ଭଗବତୀଙ୍କ ଠାରେ ବର୍ଷର ପ୍ରାରମ୍ଭ ମେଷ ସଂକ୍ରାନ୍ତିଠାରୁ ଶକ୍ତି ପୂଜାର ରୀତିନୀତି ଆରମ୍ଭ ହୋଇ ଆଶ୍ୱିନ ମାସ କୁମାର ପୂର୍ଣ୍ଣମୀରେ ଶେଷ ହୁଏ।

ଷୋଡ଼ଶ ଓ ନବରାତ୍ରରେ ସର୍ବତ୍ର ପୀଠଦେବୀଙ୍କୁ ଏକାକୀ ପୂଜାର୍ଚ୍ଚନା କରାଯାଉଥିବାବେଳେ ଏଠାରେ ପୀଠଦେବୀ ମା’ ଭଗବତୀଙ୍କ ସହିତ, ପ୍ରାଚୀନ ବଙ୍କାଡ଼ ରାଜ୍ୟ ତଥା ଅଧୁନା ବାଣପୁରର ଚାରି ସୀମାରେ ପ୍ରତିଷ୍ଠିତ ମା’ ନାରାୟଣୀ, ମା’ କାଳିଜାଇ, ମା’ ସିଦ୍ଧେଶ୍ୱରୀ, ମା’ ବିରଜାଈ, ବଙ୍କାଡ଼ଗଡ଼ ଦେବୀ ମା’ କନକଦୁର୍ଗା, ମା’ ବୁଢୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ମା’ ଭଗବତୀଙ୍କ ସହ ସପ୍ତମାତୃକା ବା ସାତ ଭଉଣୀଙ୍କ ଉପାସନା ପାଇଁ ଏକ ସ୍ୱତନ୍ତ୍ର ପୀଠ ରହିଛି ଯାହାକୁ ସାତବଖରା ଭିତର ପର୍ବଗୃହ ବୋଲି କୁହାଯାଏ। ନିଜ ମନ୍ଦିରରେ ହେଉଥିବା ଶାରଦୀୟ ପୂଜା ଉତ୍ସବରେ ଯୋଗଦେବା ପାଇଁ ମା’ ଭଗବତୀ ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ୬ ଭଉଣୀଙ୍କୁ ନିମନ୍ତ୍ରଣ କରିଥାନ୍ତି l ମହାଳୟା ବା ଭେଟ ଅମାବାସ୍ୟା ଦିନ ଭଉଣୀ ବିରଜାଈ ମନ୍ଦିରକୁ ଆସିଥିବା ବେଳେ ପୂର୍ବରୁ ଅନ୍ୟ ଠାକୁରାଣୀମାନେ ଯୋଗ ଦେଇଥାନ୍ତି l ଭେଟ ଅମାବାସ୍ୟା ପରେ ମା’ ଭଗବତୀଙ୍କର ଭିତର ପର୍ବ ଶେଷ ହୋଇ ନବରାତ୍ରର ବାହାର ପର୍ବ ଆରମ୍ଭ ହୁଏ l 

ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପୂଜା

ଏହି କ୍ରମରେ ଆଜି ଆଶ୍ବିନ ଶୁକ୍ଲପକ୍ଷ ତୃତୀୟା ତିଥିରେ ସାତ ଭଉଣୀ ପୀଠରେ ଶୋଭା ପାଉଛନ୍ତି। ପରମ୍ପରାକ୍ରମେ ଦେବୀମାନଙ୍କ ସେବା ନିମନ୍ତେ ପୂଜକ, ପତିରି, ପରିଛା, ଖାଡ଼ଙ୍ଗା ଓ ମାଳି ସେବାୟତମାନେ ନିୟୋଜିତ ହୋଇଛନ୍ତି। ରୀତିନୀତି ଅନୁସାରେ, ସକାଳୁ ମା’ ଙ୍କର ମହାର୍ଘ ସ୍ନାନ ପରେ ଚନ୍ଦନ ଫୁଲ ଦେଇ ମହାପ୍ରସାଦ ସମର୍ପଣ କରାଯାଇଛି।  ଅପରାହ୍ଣରେ ମା’ଙ୍କ ପାଖରେ ଖଇ, ନଡ଼ିଆ,କଦଳୀ ଓ ବିଭିନ୍ନ ଫଳମୂଳ ସହ ନିଶଙ୍ଖୁଡ଼ି ଭୋଗ କରାଯାଇଛି।  ଦ୍ୱିତୀୟ ଧୂପରେ ମା’ଙ୍କୁ ବଳି ଅନ୍ନ ଭୋଗ ଲଗାଯାଇଛି l କାକରା, ମୁଆଁ ସହିତ ତୃତୀୟ ଧୂପ କରାଯାଇଛି l ନିଶାର୍ଦ୍ଧରେ ମା’ କନକ ଦୁର୍ଗାଙ୍କୁ ପାଳିଆ ସେବାୟତ ଓ ଭ୍ରମଣୀ ପୂଜକ ନଗର ପରିଭ୍ରମଣ କରିବାକୁ ନିଅନ୍ତି l ଭ୍ରମଣରୁ ଫେରିଲା ପରେ ମା’ଙ୍କ ନିକଟରେ ପର୍ବ ପୂଜକ ଚଣ୍ଡୀପାଠ ଓ ଶଙ୍ଖୁଡ଼ି ଭୋଗ କରନ୍ତି l ଶଙ୍ଖୁଡ଼ି ଭୋଗରେ ମା’ଙ୍କୁ ଅନ୍ନ, ମାଛ ମହୁର, ଗୁଣ୍ଡିଭଜା, ଦହିପଖାଳ, ଖିରି, ବଳିପୋଡ଼ା ପତିରି ଲାଗିହୁଏ। ନିଶାର୍ଦ୍ଧ ପୂଜା ପରେ ମା’ଙ୍କ ପହୁଡ଼ ପଡ଼େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe