ରେଭେନ୍ସାରେ ‘ମହାମିଳନ-୨୦୧୮’

Advertisment

୨୧ରେ ଏକାଠି ହେବେ ପୁରାତନ ଛାତ୍ରଛାତ୍ରୀ

୨୧ରେ ଏକାଠି ହେବେ ପୁରାତନ ଛାତ୍ରଛାତ୍ରୀ

ରେଭେନ୍ସାରେ ‘ମହାମିଳନ-୨୦୧୮’

କଟକ : ରେଭେନ୍ସା ପୁରାତନ ଛାତ୍ର ସଂଘ ତରଫରୁ ରେଭେନ୍ସା ମହାବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ‘ମହାମିଳନ-୨୦୧୮’ ଅନୁଷ୍ଠିତ ହେବାକୁ ଯାଉଛି। ଜାନୁଆରି ୨୧ ତାରିଖ ଦିନ ୧୦ଟାରେ ଏହି କାର୍ଯ୍ୟକ୍ରମ ରେଭେନ୍ସା ବିଶ୍ୱ ବିଦ୍ୟାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ତଥା ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଅବସରରେ ବରିଷ୍ଠ ଏବଂ ବିଶିଷ୍ଟ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଯେହେତୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଢେର୍‌ ଅଧିକ, ତେଣୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେମାନଙ୍କୁ ଏହି ମହାମିଳନ ପର୍ବରେ ଯୋଗ ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଆଗ୍ରହୀ ପୁରାତନ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ www.ravenshawalumni.com ରେ ନାମ ପଞ୍ଜୀକରଣ କରିପାରିବେ। ନଚେତ୍‌ ୯୪୩୭୫୭୭୨୧୧, ୯୪୩୭୩୦୧୯୫୨, ୯୮୬୧୦୯୪୮୩୬, ୮୮୯୫୩୦୧୭୩୭, ୯୯୩୭୦୨୫୦୦୦ ନମ୍ବରରେ ଯୋଗାଯୋଗ କଲେ ପଞ୍ଜୀକରଣ ନେଇ ସହାୟତା କରାଯିବ ବୋଲି କୁହାଯାଇଛି। ଏଥିପାଇଁ ଆଜୀବନ ସଦସ୍ୟ ଶୁଳ୍କ ୧ ହଜାର ଟଙ୍କା ଏକକାଳୀନ ଦେବାକୁ ହେବ। ମହାମିଳନ ପାଇଁ କୌଣସି ସ୍ୱତନ୍ତ୍ର ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସମ୍ପାଦକ ପ୍ରଫେସର ଡକ୍ଟର ସଂଗୀତା ରଥ, ଡକ୍ଟର ପଦନ କୁମାର ଜେନା, ଡକ୍ଟର ପ୍ରୀତିରେଖା ଦାସପଟ୍ଟନାୟକ, ଡକ୍ଟର ନେତାଜୀ ଅଭିନନ୍ଦନ, ଡକ୍ଟର ଜ୍ଞାନରଂଜନ ସ୍ୱାଇଁ, ଡକ୍ଟର ଜ୍ଞାନୀଦେବାଶିଷ ମିଶ୍ର, ଡକ୍ଟର ସମ୍ବିତ ପାଣିଗ୍ରାହୀ, ଅଞ୍ଜନ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe