ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ଆଜି ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀ କରି ମହାନଦୀ ପାଇଁ ହେଉଥିବା ଚରମ ଅବହେଳା ଉପରେ କେନ୍ଦ୍ର, ରାଜ୍ୟ ସରକାର ଓ ଟ୍ରିବୁନାଲର କାର୍ଯ୍ୟକାରିତା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛି l ତୁରନ୍ତ ପଦକ୍ଷେପ ନେଇ ଛତିଶଗଡ଼ କରିଥିବା ବାଲିବନ୍ଧ ଭାଙ୍ଗିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା ମହାନଦୀ କମିଟି ମୁଖ୍ୟ ଓ ମହାନଦୀ ଟ୍ରିବୁନାଲ ଅଧକ୍ଷଙ୍କୁ ଚିଠି ଲେଖି ଦାବି ଜଣାଇଛିl
ଯଦି ସରକାର ବନ୍ଧ ନ ଭlଙ୍ଗନ୍ତି ତେବେ କ୍ଷେତ୍ର ପରିଦର୍ଶନ ପରେ ୨୭ ତାରିଖ ଦିନ ମହାନଦୀ ବଞ୍ଚାଅ ଆନ୍ଦୋଳନ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ବେଆଇନ ବାଲିବନ୍ଧ ଭାଙ୍ଗିବାକୁ ଗ୍ରାଉଣ୍ଡ ଜିରୋକୁ ଯିବାକୁ ଆବାହକ ସୁଦର୍ଶନ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଗିରିଜା ଦାସ, ବିଜୟ ପରିଡ଼ା ଘୋଷଣା କରିଛନ୍ତିl କଲମା ବ୍ୟାରେଜ ତଳେ ଛତିଶଗଡ଼ ବାଲିବନ୍ଧ କରି ମହାନଦୀ ପାଣି ଅଟକାଇବା ବିଷୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅତ୍ୟନ୍ତ ନିନ୍ଦନୀୟl ଯେହେତୁ ବର୍ତମାନ ଟ୍ରିପୁଲ ଇଂଜିନ ସରକାର ତେଣୁ ପ୍ରଧାନମନ୍ତ୍ରୀ, ଜଳଶକ୍ତି ମନ୍ତ୍ରୀ, ମହାନଦୀ ଟ୍ରିବୁନାଲ ଅଧକ୍ଷ, ଓଡିଶା ମୁଖ୍ୟମନ୍ତ୍ରୀ ତଥା ମହାନଦୀ କମିଟିର ଅଧକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି।
- କଲମା ବ୍ୟାରେଜ ତଳେ ବାଲିବନ୍ଧ କରି ମହାନଦୀ ପାଣି ଅଟକାଇବା ବିଷୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନାପସନ୍ଦ
- ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଲା ମହାନଦୀ ବଞ୍ଚାଓ ଆନ୍ଦୋଳନ
- ପ୍ରଧାନମନ୍ତ୍ରୀ, ଜଳଶକ୍ତି ମନ୍ତ୍ରୀ, ମହାନଦୀ ଟ୍ରିବୁନାଲ ଅଧକ୍ଷ, ଓଡିଶା ମୁଖ୍ୟମନ୍ତ୍ରୀ ତଥା ମହାନଦୀ କମିଟିର ଅଧକ୍ଷଙ୍କୁ ମଧ୍ୟ ଅବଗତ
- ଆସନ୍ତା ୨୭ ତାରିଖରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ନେତୃତ୍ୱ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଯିବ କଲମା ବ୍ୟାରେଜ
- ଛାତିଶଗଡ଼ ସରକାର ବାଲି ବନ୍ଧ ନ ଭାଙ୍ଗିଲେ ଲୋକେ ଭାଙ୍ଗିବେ ବାଲି ବନ୍ଧl ସେଥିପାଇଁ ପଦକ୍ଷେପ ନେବ ମହାନଦୀ ବଞ୍ଚାଓ ଆନ୍ଦୋଳନ
- ଟ୍ରିବୁନାଲର କାର୍ଯ୍ୟକlଳ ବୃଦ୍ଧି ପାଇଁ ଲିଖିତ ଭାବରେ ଓଡିଶା ଓ ଛତିଶଗଡ ପତ୍ର ନଦେବା ଉଭୟ ସରକାରଙ୍କ ବିବାଦର ସମାଧାନ କ୍ଷେତ୍ରରେ ନିଷ୍କ୍ରିୟତାକୁ ପ୍ରତିପାଦିତ କରେ
- ଆଜି ମହାନଦୀ ସମସ୍ୟା ସମାଧାନ ହେବାକୁ ଥିବା ସର୍ବଦଳୀୟ ବୈଠକକୁ ବାତିଲ କରିବା ଦୁର୍ଭାଗ୍ୟଜନକl ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ଏହା ପ୍ରତିବାଦିତ କରୁଛି
- ମହାନଦୀ ଜଳ ବିବାଦର ସମାଧାନ ପାଇଁ ସରକାରଙ୍କୁ ସବୁ ପ୍ରକାରର ସହଯୋଗ କରିବାକୁ ପ୍ରସ୍ତୁତl ମାତ୍ର ସରକାର ତ୍ୱରିତ ପଦକ୍ଷେପ ନନେଲେ ଆମେ ଆନ୍ଦୋଳନ କୁ ଶାଣିତ କରିବl ଆସନ୍ତା ୨୭ ତାରିଖରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ନେତୃତ୍ୱ ସ୍ଥିତି ଅନୁଧ୍ୟାନ କରିବାକୁ କଲମା ବ୍ୟାରେଜ ଯିବ
ଆହୁରି ପଢ଼ନ୍ତୁ: Murderer Love Marriage:ଜେଲରେ ହତ୍ୟା ଅପରାଧୀଙ୍କ ମଧ୍ୟରେ ପ୍ରେମ; ବିବାହ କରିବାକୁ ରାଜସ୍ଥାନ ହାଇକୋର୍ଟରୁ ମିଳିଲା ପାରୋଲ
ଅପ୍ରେଲରେ ସରିବ ମହାନଦୀ ଟ୍ରିବୁନାଲର କାର୍ଯ୍ୟକlଳ
ଛାତିଶଗଡ଼ ସରକାର ୨୭ ତାରିଖ ପୂର୍ବରୁ ବାଲି ବନ୍ଧ ନଭାଙ୍ଗିଲେ ସେହି ଅଂଚଳର ସ୍ଥାନୀୟ ଲୋକଙ୍କୁ ନେଇ ବାଲିବନ୍ଧ ଭାଙ୍ଗିବାକୁ କନକତୋରାରୁ ବାହାରିବ ମହାନଦୀ ବଞ୍ଚାଓ ଆନ୍ଦୋଳନl ମହାନଦୀ ଟ୍ରିବୁନାଲର କାର୍ଯ୍ୟକlଳ ଆସନ୍ତା ଅପ୍ରେଲରେ ସରିଯିବl ଟ୍ରିବୁନାଲ କାର୍ଯ୍ୟକାଳ ବୃଦ୍ଧି ପାଇଁ ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ଲିଖିତ ଭାବରେ ଓଡିଶା ଓ ଛତିଶଗଡ ଉଭୟ ରାଜ୍ୟ ପତ୍ର ନଦେବା ଉଭୟ ସରକାରଙ୍କ ବିବାଦର ସମାଧାନ କ୍ଷେତ୍ରରେ ନିଷ୍କ୍ରିୟତା ଓ ମାନସିକତାକୁ ପ୍ରତିପାଦିତ କରୁଛି l ମହାନଦୀ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ହେବାକୁ ଥିବା ଆଜିର ସର୍ବଦଳୀୟ ବୈଠକକୁ ବାତିଲ କରିବା ଦୁର୍ଭାଗ୍ୟଜନକl ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ନିଷ୍କ୍ରିୟତା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛିl ମହାନଦୀ ଜଳ ବିବାଦର ସମାଧାନ ପାଇଁ ସରକାରଙ୍କୁ ସବୁ ପ୍ରକାରର ସହଯୋଗ କରିବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରସ୍ତୁତl ସରକାର ସମସ୍ତଙ୍କ ସହମତି ଭିତିରେ ଆପୋଷ ଆଲୋଚନାର ଆଧାର ପ୍ରଥମେ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ସଂଗଠନ କହିଛିl ମାତ୍ର ସରକାର ତ୍ୱରିତ ପଦକ୍ଷେପ ନନେଲେ ଜନସାଧାରଣଙ୍କୁ ନେଇ ଆନ୍ଦୋଳନକୁ ପୁଣି ପଲ୍ଲୀରୁ ଦିଲ୍ଲୀ ଓ ରାଜରାସ୍ତାରେ ଶାଣିତ କରିବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପ୍ରକାଶ କରିଛିl
ଆହୁରି ପଢ଼ନ୍ତୁ: Cuttack: ନେତାଜୀଙ୍କ ଜନ୍ମସ୍ଥାନ ’ସଂସ୍କୃତି ଭବନ’ରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ
Follow Us