ଟ୍ରିବ୍ୟୁନାଲ ଗଠନ ଦାବିରେ ସଂସଦ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ : ସାମିଲ ହେଲେ ୧୪ଦଳର ପ୍ରତିନିଧି

Advertisment
ଟ୍ରିବ୍ୟୁନାଲ ଗଠନ ଦାବିରେ ସଂସଦ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ : ସାମିଲ ହେଲେ ୧୪ଦଳର ପ୍ରତିନିଧି

ଭୁବନେଶ୍ୱର : ସ୍ୱତନ୍ତ୍ର ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବା ଦାବି ନେଇ ଆଜିଠାରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦିଲ୍ଲୀରେ ସଂସଦ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଏଥିରେ ୧୪ଟି ଦଳର ପ୍ରତିନିଧି ଓ ନେତୃମଣ୍ଡଳୀ ସାମିଲ ହୋଇଛନ୍ତି।

ଆଜିର ସତ୍ୟାଗ୍ରହ କାର୍ଯ୍ୟକ୍ରମକୁ ସ୍ୱାମୀ ଅଗ୍ନିବେଶ ଆରମ୍ଭ କରିଥିଲେ। ଏହି ଅବସରରେ ଅଗ୍ନିବେଶ କହିଲେ, ବିଜେପି କେବଳ ବିଧାନସଭାରେ ଏକାଠି ନ ହୋଇ ଦିଲ୍ଲୀକୁ ଆସି ଜନ ସତ୍ୟାଗ୍ରହରେ ସାମିଲ ହେଉ। ଦେଶର ପ୍ରଧାନମନ୍ତ୍ରୀ କେବଳ ବିଜେପିର ପ୍ରଧାନମନ୍ତ୍ରୀ କି କୌଣସି ରାଜ୍ୟର ପ୍ରଧାନମନ୍ତ୍ରୀ ନୁହଁନ୍ତି। ତେଣୁ ଓଡ଼ିଶାର ଓ ମହାନଦୀର ଏ ସମସ୍ୟାର ନିରପେକ୍ଷ ବିଚାର କରି ଉଚିତ୍‌ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଥିଲେ।

ସାଂସଦ ଏ.ଭି. ସ୍ୱାମୀ କହିଲେ, ପାଣି ହେଉଛି ପ୍ରକୃତିର, ଏହା କୌଣସି ଦଳର ନୁହେଁ କି ସରକାରଙ୍କ ନୁହେଁ। ପାଣିକୁ ବିକିବାର ଅଧିକାର କାହାର ନାହିଁ। ସାଂସଦ ଲଡ଼ୁ କିଶୋର ସ୍ୱାଇଁ ବିଜେପି ଛଳନା ଛାଡ଼ି ପ୍ରକୃତ କାର୍ଯ୍ୟକ୍ରମକୁ ଆସନ୍ତୁ ଓ ଓଡ଼ିଶାର ସ୍ୱାର୍ଥ କଥା ଚିନ୍ତା କରନ୍ତୁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନଗେନ୍ଦ୍ର ପ୍ରଧାନ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ କଂଗ୍ରେସର ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ  ସାମିଲ ହୋଇଥିଲେ।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆବାହକ ସୁଦର୍ଶନ ଦାସ, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଜ୍ୟୋତିରଂଜନ ମହାପାତ୍ର, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ରବି ବେହେରା, ଦୁର୍ଗା ସାମନ୍ତରାୟ, ବିଜୟ ପାଲଟାସିଂହ, ରଂଜନ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, କମଲୁଦ୍ଦିନ ମହମ୍ମଦ, ପ୍ରଦୀପ ସାହୁ, ଅରୁଣ ଜେନା ଓ ସୁଦର୍ଶନ ପ୍ରଧାନ ପ୍ରମୁଖ  ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe