ଟ୍ରିବ୍ୟୁନାଲ ରାୟ ପ୍ରଦାନରେ ବିଳମ୍ବକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ବିରୋଧ

Advertisment
ତଥ୍ୟ ଲୁଚାଉଛି ଛତିଶଗଡ଼! ବ୍ୟାରେଜ୍‌, ଡ୍ୟାମ୍‌ ସଂଖ୍ୟାରେ ତାଳମେଳ ନାହିଁ

NewsClick

ଭୁବନେଶ୍ବର : ମହାନଦୀ ଜଳ ବିବାଦ ସମାଧାନ ଉଦ୍ଦେଶ୍ୟରେ ଗଠିତ ‘ମହାନଦୀ ଟ୍ରିବ୍ୟୁନାଲ’କୁ ୧୯ ମାସ ପୂରିଛି। ହେଲେ ଜଳ ବିବାଦ ସମାଧାନ ଦିଗରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ। ପୂର୍ବରୁ ଦାବି ଥିଲା ଯେ ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରାୟ ପ୍ରକାଶ କରିବା ପର୍ଯ୍ୟନ୍ତ ଛତିଶଗଡ଼ ମହାନଦୀ ଉପରେ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ସ୍ଥଗିତ ରଖିବ ଏବଂ ସମ୍ପୂର୍ଣ୍ଣ ହୋଇସାରିଥିବା ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବ ନାହିଁ। କିନ୍ତୁ ଏହି ଦାବି ଉପରେ ଟ୍ରିବ୍ୟୁନାଲ ୧୯ମାସ ମଧ୍ୟରେ ଦୃଷ୍ଟି ନ ପକାଇବା ଅତ୍ୟନ୍ତ ଦୁଃଖଦାୟକ। ଦେଶର ଅନ୍ୟ ନଦୀ ଟ୍ରିବ୍ୟୁନାଲ ଭଳି ମହାନଦୀ ଟ୍ରିବ୍ୟୁନାଲ ରାୟ ପ୍ରଦାନରେ ବିଳମ୍ବ କଲେ, ରାଜ୍ୟବାସୀ ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ପ୍ରସନ୍ନ ବିଶୋଇ, ନିରଦ ବରଣ ଖୁଣ୍ଟିଆ ପ୍ରମୁଖ ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ସେପ୍ଟେମ୍ବରରେ ଟ୍ରିବ୍ୟୁନାଲ ଦେଇଥିବା ନିର୍ଦ୍ଦେଶ ମୁତାବକ, ଉଭୟ ଛତିଶଗଡ଼ ଓ ଓଡ଼ିଶା ପକ୍ଷରୁ ମହାନଦୀ ଉପରେ ନିର୍ମିତ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରାଯାଇଥିଲା। ଆଜି ତାହାର ରିପୋର୍ଟ ଟ୍ରିବ୍ୟୁନାଲରେ ଦାଖଲ କରିବାର ଥିଲା। ମାତ୍ର ତାହା ଆଜି ହୋଇପାରିଲା ନାହିଁ। ଜାନୁଆରିରେ ପୁଣି ଥରେ ଉଭୟ ରାଜ୍ୟ ଉଭୟ ରାଜ୍ୟର ପ୍ରକଳ୍ପ ପରିଦର୍ଶନ କରିବେ ବୋଲି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ପ୍ରତିନିଧିଦଳ ପ୍ରଥମ ପରିଦର୍ଶନରେ ଛତିଶଗଡ଼ରେ କ’ଣ ଦେଖିଲେ? ପ୍ରକଳ୍ପଗୁଡ଼ିକର ସ୍ଥିତି କ’ଣ ରହିଛି? ନିର୍ମାଣାଧୀନ ପ୍ରକଳ୍ପର କାମ ବନ୍ଦ ରହିଛି କି ନାହିଁ? ନିର୍ମାଣ ଶେଷ ହୋଇଥିବା ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି କି ନାହିଁ?; ସେ ବାବଦରେ ରାଜ୍ୟବାସୀ ଜାଣିବା ଉଚିତ ଥିଲେ ମଧ୍ୟ ଅବଗତ କରାଗଲା ନାହିଁ। ସେଠାରେ ମହାନଦୀର ବାସ୍ତବ ଚିତ୍ର କ’ଣ, ତାହା ରାଜ୍ୟବାସୀଙ୍କୁ ଜଣାଇବା ରାଜ୍ୟ ସରକାରଙ୍କର ନୈତିକ ଦାୟିତ୍ବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ କହିଛି। ଆଜି ମହାନଦୀ ଟ୍ରିବ୍ୟୁନାଲ୍‌ରେ ୧୦ମ ଶୁଣାଣି ଥିଲା। ଏହି ମାମଲାରେ କେତେକ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ନେଇ ସମସ୍ତେ ଆଶାବାଦୀ ଥିଲେ ମଧ୍ୟ ସେଭଳି କିଛି ଦେଖାଗଲା ନାହିଁ। କେବଳ ଜାନୁଆରିରେ ଆଉ ଥରେ ପ୍ରକଳ୍ପ ପରିଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି। ଏହାକୁ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପ୍ରଥମ ପରିଦର୍ଶନର ରିପୋର୍ଟ ସାର୍ବଜନୀନ କରିବା ପାଇଁ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe