ଶୁଖିଲା ପଡ଼ିଛି ମହାନଦୀ: ଛତିଶଗଡ଼ର ଷଡ଼୍‌ଯନ୍ତ୍ର ଜଳଜଳ

Advertisment

ରାଜ୍ୟର ଜଳସେଚନ ପ୍ରକଳ୍ପ ପ୍ରଭାବିତ

ରାଜ୍ୟର ଜଳସେଚନ ପ୍ରକଳ୍ପ ପ୍ରଭାବିତ

ଶୁଖିଲା ପଡ଼ିଛି ମହାନଦୀ: ଛତିଶଗଡ଼ର ଷଡ଼୍‌ଯନ୍ତ୍ର ଜଳଜଳ

ବରଗଡ଼ : ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ରେ କିଭଳି ଷଡ଼୍‌ଯନ୍ତ୍ର ରଚନା କରିଛି, ‘ଗ୍ରାଉଣ୍ଡ୍‌ ଜିରୋ’ରୁ ଏହାର ସ୍ଥିତି ଅନୁଧ୍ୟାନ କରିଛି ‘ସମ୍ବାଦ’। ତିନିଦିନ ତଳେ ଛତିଶଗଡ଼ ପଟେ ମହାନଦୀରେ ପାଣି ଉଛୁଳୁମୁଛୁଳୁ ଥିବାବେଳେ ଓଡ଼ିଶା ପଟରେ ଏକପ୍ରକାର ଶୁଖିଲା ପଡ଼ିଛି ବୋଲି ଯାହା ଚର୍ଚ୍ଚା ହେଉଥିଲା, ଆଜି ବି ସେଠାରେ ସମାନ ଅବସ୍ଥା ରହିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଯେମିତି ଦୁଇରାଜ୍ୟର ଜଳବିବାଦ ବିଳମ୍ବିତ ହେଉଥିବାରୁ ଏଥିପାଇଁ ଓଡ଼ିଶାକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। ଏଥିସହିତ, ବିବାଦୀୟ କଲ୍‌ମା ବ୍ୟାରେଜ୍‌ରୁ ଛତିଶଗଡ଼ର ଷଡ଼୍‌ଯନ୍ତ୍ର ଏକପ୍ରକାର ସ୍ପଷ୍ଟ ଜଣାପଡ଼ୁଛି।

ଓଡ଼ିଶା ସୀମା ଡେଇଁଲେ ୧୮୨.୦୩ କୋଟି ଟଙ୍କାରେ ନିର୍ମିତ ଏହି ବୃହତ୍‌ ବ୍ୟାରେଜ୍‌ରେ ୬୫ଟି ଗେଟ୍‌ ରହିଛି। ଏହାର ଲମ୍ବ ହେଲା ୧.୯୮ କିଲୋମିଟର୍‌। ଏଠାକାର ସବୁ ଗେଟ୍‌ କେବଳ ଜୁନ୍‌  ୧୬ରୁ ଅକ୍ଟୋବର ୩୦ ଯାଏଁ ଗେଟ୍‌ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିବା ଛତିଶଗଡ଼ କହୁଛି। କିନ୍ତୁ, ବର୍ଷସାରା ଗେଟ୍‌ଗୁଡ଼ିକ ବନ୍ଦ ରହୁଛି। ଆଜି (ମେ’ ୨୩ତାରିଖ) ‘ଗ୍ରାଉଣ୍ଡଜିରୋ’ରୁ ସ୍ଥିତି ଅନୁଧ୍ୟାନ କରୁଥିଲା ‘ସମ୍ବାଦ’। ଜଣାପଡ଼ିଛି ଯେ ଓଡ଼ିଶା ପଟେ ବ୍ୟାରେଜ୍‌ର ୨/୩ଟି ଗେଟ୍‌ର ସିପେଜ୍‌ ବା ଲିକେଜ୍‌ ପାଣି ପ୍ରବାହିତ ହେଉଛି। କିନ୍ତୁ ଛତିଶଗଡ଼ ପଟେ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ସେପଟେ ପଛୁଆ ପାଣି ୧୦ କିଲୋମିଟର ଯାଏଁ ଭରି ରହିଛି। କଲ୍‌ମାରୁ ଉପରମୁଣ୍ତକୁ ପ୍ରାୟ ୧୦ କିମି ଦୂରରେ ରହିଛି ସାରାଡିହ ବ୍ୟାରେଜ୍‌। କଲ୍‌ମାର ଗେଟ୍‌ ବନ୍ଦ ଥିବାରୁ ପଛୁଆ ପାଣି ସାରାଡିହ ପର୍ଯ୍ୟନ୍ତ ପହଁଚି ଯାଇଛି। ସେହିପରି ସାହାଡିହରେ ମାତ୍ର ୨ଟି ଗେଟ୍‌ ଆ˚ଶିକ ଭାବେ ଖୋଲାରହିଛି। ସେଠାକାର ପଛୁଆ ପାଣି ମଧୢ ୮ କିଲୋମିଟର ଉପରମୁଣ୍ତକୁ ପହଞ୍ଚିଛି। ଅର୍ଥାତ୍‌ ଛତିଶଗଡ଼ ପଟରେ ମହାନଦୀରେ ଜଳଜୀବନ ପରିପୁଷ୍ଟ ଥିବାବେଳେ ଓଡ଼ିଶା ପଟେ କେବଳ ବାଲି।

publive-image

ଛତିଶଗଡ଼ର ଏହି କାରସାଦି ଯୋଗୁ ମତ୍ସ୍ୟଜୀବୀଙ୍କ ପେଟପାଟଣା ସ˚କଟରେ ରହିଛି। ଓଡ଼ିଶା ପଟେ ପାଣି ନଥିବାରୁ ନଦୀରେ ଡଙ୍ଗା ଚାଲୁନାହିଁ। ଫଳରେ, ମାଛ ମାରିବା ଆଉ ସମ୍ଭବପର ହେଉନାହିଁ। ପର୍ଯ୍ୟାପ୍ତ ପାଣି ନଥିବାରୁ ବିଭିନ୍ନ ମେଗା ଜଳସେଚନ ପ୍ରକଳ୍ପ ଠପ୍‌ ହୋଇପଡ଼ିଛି। ମହାନଦୀ କୂଳରେ ଥିବା ଶହଶହ ଗାଁରେ  ଜଳାଭାବ ଯୋଗୁଁ ଫସଲ ଉଜୁଡ଼ି ଯାଉଛି। ଛତିଶଗଡ଼ର ଏହିଭଳି ଷଡ଼୍‌ଯନ୍ତ୍ରରେ ତୁରନ୍ତ ଅଙ୍କୁଶ ଲଗାନଗଲେ ହୀରାକୁଦ ନଦୀବନ୍ଧ ପ୍ରତି ବି ବିପଦ ସୃଷ୍ଟି ହେବାନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଛତିଶଗଡ଼ ପାଖରେ ମହାନଦୀରେ ରବିଶଂକର ସାଗର, ହସ୍‌ଦେଓ ବାଂଗୋ, ମୁରୁମ୍‌ ସିଲି, ତନ୍ଦୁଲା, ସୋନ୍‌ଦୁର, ଦୁଧୱା, ଘୋଙ୍ଗା ଭଳି ବୃହତ୍‌ ଜଳଭଣ୍ଡାର ରହିଛି। ଏହାବାଦ୍‌ ଖରଂଗ, ମୋଗରା, ମୋନିୟାରି, କୋଦାର ଭଳି ଛୋଟ ଜଳଭଣ୍ଡାର ରହିଛି। ଓଡ଼ିଶା ତୁଳନାରେ ଛତିଶଗଡ଼ ପାଖରେ ୧୦ପ୍ରତିଶତ ଅଧିକ କେଚ୍‌ମେଣ୍ଟ ଏରିଆ (ଜଳଗ୍ରହଣ କ୍ଷେତ୍ର) ରହିଛି। ଯଦି ଛତିଶଗଡ଼ ନିଜ ସବୁ ବ୍ୟାରେଜ୍‌ କାର୍ଯ୍ୟକ୍ଷମ କରେ, ମହାନଦୀରେ ଏକ ତୃତୀୟାଂଶ ଜଳ ହିଁ ପ୍ରବାହିତ ହେବ। ଏହି ଜଳକୁ ପୁଣି ଛତିଶଗଡ଼ ବିଭିନ୍ନ ବ୍ୟାରେଜ୍‌ ମାଧ୍ୟମରେ ରୋକିଲେ ହୀରାକୁଦକୁ ପର୍ଯ୍ୟାପ୍ତ ପାଣି ପହଞ୍ଚିବ ନାହିଁ। ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟିଦେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe