ଭଟ୍ଟାରିକା ମନ୍ଦିର ଗମ୍ଭୀରା ଛୁଇଁଲା ମହାନଦୀର ବନ୍ୟାଜଳ, ପରିଦର୍ଶନ କଲେ ଜିଲ୍ଲାପାଳ

ଭଟ୍ଟାରିକା ମନ୍ଦିର ଗମ୍ଭୀରା ଛୁଇଁଲା ମହାନଦୀର ବନ୍ୟାଜଳ, ପରିଦର୍ଶନ କଲେ ଜିଲ୍ଲାପାଳ

ନରସିଂହପୁର: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ାକୁ  ଏ ବର୍ଷର ମହାନଦୀର ପ୍ରଥମ ବନ୍ୟାଜଳ ସ୍ପର୍ଶ କରିଛି। ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରି ଦେଇଛି। ମା’ଙ୍କ ମନ୍ଦିର ନିକଟରେ ଥିବା ରତ୍ନଗିରି ପର୍ବତରେ ଥିବା ଅସ୍ଥାୟୀ ଗମ୍ଭୀରାକୁ ମା’ଙ୍କର ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରାଯାଇଛି। ସେବାୟତ ମାନେ ମା’ଙ୍କ ପ୍ରତିମା ସ୍ଥାନାନ୍ତରିତ କରିଛନ୍ତି। ଏବେ ବନ୍ୟା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଅସ୍ଥାୟୀ ଗମ୍ଭୀରାରେ ମା’ଙ୍କର ପୂଜାର୍ଚନା ରୀତିନୀତି ଅନୁସାରେ ସମାପନ ହେବ।

publive-image

ମନ୍ଦିର ବେଢ଼ା ଚତୁର୍ପାଶ୍ୱରେ ଲାଗିଥିବା ଲାଇଟ ଓ ଜଜ୍ଞ ମଣ୍ଡପରେ ଲାଗିଥିବା ଅସ୍ଥାୟୀ ପ୍ରାଚୀରକୁ ମଧ୍ୟ ଖୋଲି ଦିଆଯାଇଛି। ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ମା ଭଟ୍ଟାରିକାଙ୍କ ମନ୍ଦିର ପରିସର ବୁଲି ବନ୍ୟାଜଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଓ ବଡମ୍ବା ତହସିଲଦାର ତପନ କୁମାର ପରିଡା ମା’ଙ୍କ ବେଢା ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe