ମହାନଦୀ ଉପରେ ଛତିଶଗଡ଼ର ସଂପୂର୍ଣ୍ଣ ଅଧିକାର ଅଛି: ଛତିଶଗଡ଼ ମନ୍ତ୍ରୀ

ମହାନଦୀ ଉପରେ ଛତିଶଗଡ଼ର ସଂପୂର୍ଣ୍ଣ ଅଧିକାର ଅଛି: ଛତିଶଗଡ଼ ମନ୍ତ୍ରୀ

ଭୁବନେଶ୍ୱର: ଛତିଶଗଡ଼ରେ ନବଗଠିତ କଂଗ୍ରେସ ସରକାରରେ ଜଳସମ୍ବଳ ମନ୍ତ୍ରୀ ରବୀନ୍ଦ୍ର ଚୌବେ ରବିବାର କହିଛନ୍ତି, ମହାନଦୀ ଉପରେ ଛତିଶଗଡ଼ର ସଂପୂର୍ଣ୍ଣ ଅଧିକାର ଅଛି। ଜଳସମ୍ବଳ ମନ୍ତ୍ରୀ ରବୀନ୍ଦ୍ର କହିଛନ୍ତି, ଉତ୍ପତ୍ତି ସ୍ଥଳରୁ ଛତିଶଗଡ଼ର ଶେଷ ଯାଏଁ ମହାନଦୀ ଉପର ଆମର ଅଧିକାର ଅଛି। ଟ୍ରିବ୍ୟୁନାଲରେ ଛତିଶଗଡ଼ ସରକାର ପକ୍ଷ ରଖିବେ ବୋଲି ସେ କହିଛନ୍ତି।

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ମାମଲାରେ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ମହାନଦୀର ୨୦ ବର୍ଷ ପୂର୍ବର ଜଳ ପ୍ରବାହ ତଥା ଜଳପ୍ରବାହ ଅବରୋଧ ସମ୍ପର୍କିତ ବିଭିନ୍ନ ତଥ୍ୟକୁ ସଂକ୍ଷିପ୍ତ ସତ୍ୟପାଠ ଆକାରରେ ଦାଖଲ କରିବାପାଇଁ ଆଜି ଓଡ଼ିଶାକୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାକୁ ଦୁଇ ସପ୍ତାହରେ ସତ୍ୟପାଠ ଦାଖଲ କରିବାପାଇଁ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେବା ସହ ସତ୍ୟପାଠର ପ୍ରତିଜବାବ ଦାଖଲ କରିବାପାଇଁ ଛତିଶଗଡ଼କୁ ମଧ୍ୟ ଦୁଇ ସପ୍ତାହ ସମୟ ପ୍ରଦାନ କରିଛନ୍ତି ଟ୍ରିବ୍ୟୁନାଲ୍‌। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ବିଚାରାଧୀନ ଥିବା ମୂଳ ମାମଲା ତଥା ଅନ୍ତରୀଣ ଆବେଦନର ଶୁଣାଣି ପାଇଁ ଫେବ୍ରୁଆରି ୯ ତାରିଖ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟର ବିଚାରପତି ତଥା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ବିଚାରପତି ଏ ଏମ୍‌ ଖାନ୍‌ୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଆଜି ମହାନଦୀ ଜଳବିବାଦ ମାମଲାର ଦ୍ବିତୀୟ ଶୁଣାଣି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe