ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରତିକ୍ରିୟା, ବିଳମ୍ବିତ ବିଚାର ପ୍ରକ୍ରିୟାର ଅଂଶବିଶେଷ

ମହାନଦୀ ଜଳ ବିବାଦ ମାମଲା : ୪୦ଟି ପ୍ରସଙ୍ଗ ନିର୍ଦ୍ଧାରଣ କଲେ ଟ୍ରିବ୍ୟୁନାଲ୍‌

ଭୁବନେଶ୍ବର : ଜଳବିବାଦ ପ୍ରସଙ୍ଗରେ ମହାନଦୀ ଟ୍ରିବ୍ୟୁନାଲ ଆଜି କୌଣସି ଶୁଣାଣି କରିନାହାନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୩ ତାରିଖକୁ ଦିନଧାର୍ଯ୍ୟ କରିଛନ୍ତି। ଟ୍ରିବ୍ୟୁନାଲରେ ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ଏହା ବିଳମ୍ବିତ ବିଚାରପ୍ରକ୍ରିୟାର ଅଂଶବିଶେଷ ବୋଲି ମତ ଦେଇଛି।

ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠିତ ହୋଇଥିଲା। ଗତ ଅକ୍ଟୋବର ୧୩ ତାରିଖରେ ଟ୍ରିବ୍ୟୁନାଲର ପ୍ରଥମ ବୈଠକ ଥିଲା। ଆଜି ଥିଲା ସପ୍ତମ ବୈଠକ। ମାତ୍ର, ଆଜିର ବୈଠକରେ ଏ ସମ୍ପର୍କରେ ଟ୍ରିବ୍ୟୁନାଲ ପକ୍ଷରୁ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ଛତିଶଗଡ଼ ଦ୍ବାରା ମହାନଦୀରେ ନିର୍ମିତ ପ୍ରକଳ୍ପ ଯଥା: ବ୍ୟାରେଜ, ବନ୍ଧ, ଆନ୍ନିକଟ ଇତ୍ୟାଦିକୁ କାର୍ଯ୍ୟକ୍ଷମ ନକରିବା ଏବଂ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ସ୍ଥଗିତ ରଖିବା ପାଇଁ ଓଡ଼ିଶାର ଆବେଦନ ଉପରେ କୌଣସି ଶୁଣାଣି କରିନାହାନ୍ତି। ଯାହାକୁ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ଅସନ୍ତୋଷ ପ୍ରକାଶ କରିଛି। ଟ୍ରିବ୍ୟୁନାଲ ଓ ସରକାର ଏହାର ତୁରନ୍ତ ସମାଧାନ କରିବା ପାଇଁ ଦବି କରିବା ସହିତ ନଦୀର ସୁରକ୍ଷା ପାଇଁ ତତ୍‌ପର ହେବାକୁ ସଂଗଠନ ପକ୍ଷରୁ ଆବାହକ ସୁଦର୍ଶନ ଦାସ, ବିଜୟ ପ୍ରଧାନ, ନିରଦ ଚରଣ ଖୁଣ୍ଟିଆ, ପ୍ରସନ୍ନ ବିଶୋଇ, ସବିର ବକ୍ସ, ଦେବେନ୍ଦ୍ର ସୂତାର, ବିକାଶ ଦାସ, ମନ୍ମଥ ପରିଡ଼ା ପକ୍ଷରୁ ପ୍ରେସ୍‌ ବିବୃତିରେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe