Advertisment

Mahanadi: ମହାନଦୀ ଜଳ ବିବାଦ ପ୍ରସଙ୍ଗ: ନୂଆ ଅଧ୍ୟକ୍ଷଙ୍କ ନେତୃତ୍ୱରେ ପହଞ୍ଚିଲେ ୩ ଜଣିଆ ଖଣ୍ଡପୀଠ

Advertisment

ଓଡ଼ିଶା ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ଟ୍ରିବ୍ୟୁନାଲ୍‌ର ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଓ ସେମାନଙ୍କ ପରିବାର ସଦସ୍ୟ  ଗୁରୁବାର ସନ୍ଧ୍ୟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଥିଲେ।

ଓଡ଼ିଶା ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ଟ୍ରିବ୍ୟୁନାଲ୍‌ର ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଓ ସେମାନଙ୍କ ପରିବାର ସଦସ୍ୟ  ଗୁରୁବାର ସନ୍ଧ୍ୟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଥିଲେ।

mahanadi

ଝାରସୁଗୁଡ଼ା/ବୁର୍ଲା: ଓଡ଼ିଶା ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ଟ୍ରିବ୍ୟୁନାଲ୍‌ର ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଓ ସେମାନଙ୍କ ପରିବାର ସଦସ୍ୟ  ଗୁରୁବାର ସନ୍ଧ୍ୟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଥିଲେ। ଆଡ୍‌ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ସେମାନଙ୍କ ସହ ରହିଥିଲେ। ବିମାନବନ୍ଦରରେ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ବାଣ, ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିମାନବନ୍ଦରରେ ଔପଚାରିକ ସ୍ବାଗତ ପରେ ଟିମ୍‌ ସିଧା ସମ୍ବଲପୁର ଅଭିମୁଖେ ଆସି ହୀରାକୁଦ ବନ୍ଧ ରାଇଟ୍‌ ଡାଇକ୍‌ରେ ଥିବା ଅତିଥିଶାଳା ଅଶୋକନିବାସରେ ପହଞ୍ଚିଥିଲେ। ସୁରକ୍ଷା ଦୃଷ୍ଟିରୁ ବୁର୍ଲାଠାରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଛି।

Meeting: ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡର ବୈଠକରେ ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ପାଇଁ ନିଷ୍ପତ୍ତି

ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଜଷ୍ଟିସ୍‌ ବେଲା ଏମ୍‌. ତ୍ରିବେଦୀଙ୍କ ସହ ଦଳରେ ଜଷ୍ଟିସ୍‌ ଡ. ରବିରଞ୍ଜନ, ଜଷ୍ଟିସ୍‌ ଇନ୍ଦରମିତ କୌର କୋଚର, ଭବ୍ୟା ପ୍ରିୟଦର୍ଶିନୀ, ଆସେସର୍‌ ଏକେ ସିଂହ ଓ କ୍ରିଷ୍ଣାନୁନ୍ନି ଏନ୍‌ଏମ୍‌, ରେଜିଷ୍ଟ୍ରାର ଚନ୍ଦନ ମୁଖାର୍ଜୀ, ପିପିଏସ୍‌ ଅନୀଲ ଦତ୍ତଶର୍ମା, ପିଏସ୍‌ ସୁଜିତ କୁମାର ଗିରି ଓ ଏସ୍‌ଓ ମନୋଜ କୁମାର ରହିଛନ୍ତି। ଶୁକ୍ରବାର ଦିନ ୧୦ଟାରେ ଏହି ଟିମ୍‌ ହୀରାକୁଦ ନଦୀବନ୍ଧର ଡାହାଣ ସ୍ପିଲୱେ ପରିଦର୍ଶନ କରି ସାଢ଼େ ଏଗାରଟାରେ ବୁର୍ଲା ପାୱାର ହାଉସ୍‌ ପରିଦର୍ଶନ କରିବେ। ଅପରାହ୍ଣ ୩ଟାରେ ଚିପିଲିମା ପାୱାର ହାଉସ୍‌ ପରିଦର୍ଶନ ପରେ ହୀରାକୁଦ କମାଣ୍ଡ ଅଞ୍ଚଳ ସହ ଡେବ୍ରିଗଡ଼ ଅଭୟାରଣ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଶନିବାର ଦିନ ୧୦ଟାରେ ସମଲେଶ୍ବରୀ ଦର୍ଶନ ପରେ ଅପରାହ୍ଣରେ ଝାରସୁଗୁଡ଼ା ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ଏହି ଅବସରରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଏଜି ପୀତାମ୍ବର ଆଚାର୍ଯ୍ୟ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ବାର୍ଥ ସହିତ କୌଣସି ବୁଝାମଣା କରାଯିବ ନାହିଁ ବୋଲି କହିଛନ୍ତି। ଟ୍ରିବ୍ୟୁନାଲ୍‌ ସଦସ୍ୟଙ୍କ ପରିଦର୍ଶନ ସମୟରେ ଉପସ୍ଥିତ ରହିବା ପାଇଁ ଛତିଶଗଡ଼ ଜଳସଂପଦ ବିଭାଗର ଏକ ୧୦ ଜଣିଆ ଟିମ୍‌ ମଧ୍ୟ ସମ୍ବଲପୁର ପହଞ୍ଚିଛନ୍ତି।  ଓଡ଼ିଶା ଜଳସଂପଦ ବିଭାଗର ଉଚ୍ଚ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

ଟ୍ରିବ୍ୟୁନାଲ୍‌ ସଦସ୍ୟଙ୍କ ଓଡ଼ିଶା ଗସ୍ତକୁ ବିରୋଧ, ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବିକ୍ଷୋଭ

fshsfhffhxvb

ଭୁବନେଶ୍ବର: ମହାନଦୀ ଟ୍ରିବ୍ୟୁନାଲ୍‌ ସଦସ୍ୟଙ୍କ ଓଡ଼ିଶା ଗସ୍ତକୁ ପାରିବାରିକ ବିଳାସମୟ, ବ୍ୟୟବହୁଳ ଗସ୍ତ ଭାବେ ଅଭିହିତ କରିବା ସହିତ ଏହାକୁ ବିରୋଧ କରି ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଅପରାହ୍‌ଣରେ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ ମହାନଦୀ ଟ୍ରିବ୍ୟୁନାଲ୍‌ ଆଜିଠୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଓଡ଼ିଶା ଗସ୍ତରେ ଆସିଛନ୍ତି। ଟ୍ରିବ୍ୟୁନାଲ୍‌ର କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ସରିବାକୁ ବସିଥିବାବେଳେ ପୁଣି ଥରେ ବିଳାସମୟ ଗସ୍ତକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ବିରୋଧ କରୁଛି। ତେଣୁ ନିଷ୍ପତ୍ତି ମୁତାବକ କନକତୋରାରୁ ଆରମ୍ଭ କରି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, କଟକ, ପାରାଦ୍ୱୀପ,କୋଣାର୍କ, ଆଠମଲ୍ଲିକ, ଭୁବନେଶ୍ୱର ଆଦି ପ୍ରାୟ ଦଶରୁ ଊର୍ଦ୍ଧ୍ବ ସ୍ଥାନରେ ୫ ଦିନ ଧରି ପ୍ରତିବାଦ, ବାଲି ସତ୍ୟାଗ୍ରହ ଆଦି କାର୍ଯ୍ୟକ୍ରମ କରାଯିବ। 
ମହାନଦୀ ବଞ୍ଚାଓ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ କହିଛନ୍ତି, ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷା ଓ ସଦସ୍ୟ ତାଙ୍କ ପରିବାର ସଦସ୍ୟଙ୍କୁ ଧରି ଆଜି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି।

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବିକ୍ଷୋଭ
ଏହି ଗସ୍ତ ପାରିବାରିକ ପିକ୍‌ନିକ୍ ନୁହେଁ ତ? 

ଆସନ୍ତାକାଲିଠାରୁ ଡେବ୍ରିଗଡ଼ ବନ୍ୟଜନ୍ତୁ ସଫାରୀ, ହୀରାକୁଦ ଡ୍ୟାମ୍‌, ସମଲେଶ୍ୱରୀ ମନ୍ଦିର, ଚିଲିକା, କୋଣାର୍କ, ଜଗନ୍ନାଥ ଦର୍ଶନ ଆଦି ପାଞ୍ଚ ଦିନ ଧରି ବୁଲିବେ। ମହାନଦୀ ଟ୍ରିବ୍ୟୁନାଲ୍‌ର ଓଡ଼ିଶା ଗସ୍ତ ପିକ୍‌ନିକ୍‌ ପାଇଁ ନୁହେଁ ତ? ସେହିପରି ମଧ୍ୟବର୍ତ୍ତୀକାଳୀନ ରାୟ ମାଧ୍ୟମରେ ଅଣମୌସୁମୀ ସମୟରେ ମହାନଦୀରେ ପାଣି ଏପର୍ଯ୍ୟନ୍ତ ଛାଡ଼ିବାକୁ ସାମାନ୍ୟତମ ନିର୍ଦ୍ଦେଶ ବି ଟ୍ରିବ୍ୟୁନାଲ୍‌ ଦେଲେନାହିଁ। ଟ୍ରିବ୍ୟୁନାଲ୍‌ର ୯ ମାସ ଅଧକ୍ଷ ପଦ ଖାଲିପଡ଼ିଥିଲା। ତେଣୁ ପୁଣି ୯ ମାସ ଟ୍ରିବୁନାଲ୍‌ ଅବଧି ବଢ଼ିପାରେ। ହେଲେ ସେଥିରେ ଏ ପର୍ଯ୍ୟନ୍ତ ସ୍ପଷ୍ଟତା ଆସି ନାହିଁ। ଯେହେତୁ ଟ୍ରିବ୍ୟୁନାଲ୍‌ରୁ ଓଡ଼ିଶାକୁ ଏବଂ ମହାନଦୀକୁ କିଛି ନ୍ୟାୟ ମିଳୁନି, ତେଣୁ ଓଡ଼ିଶା ଲୋକଙ୍କ ଟିକସ ପଇସା ପୁଣି ଖର୍ଚ୍ଚ କାହିଁକି ହେବ ବୋଲି ମୁଖପାତ୍ର ପ୍ରସନ୍ନ ବିଶୋୟୀ ପ୍ରଶ୍ନ କରିଛନ୍ତି। 

Horoscope 2026 February 27: ଜାଣନ୍ତୁ ଆଜିର ରାଶିଫଳ

ଆଜିର ପ୍ରତିବାଦରେ ପ୍ରଦୀପ୍ତ ନାୟକ, ଯୁଧିଷ୍ଠିର ମହାପାତ୍ର, ନାରାୟଣ ରେଡ଼ୀ, ରାଧାକାନ୍ତ ସେଠୀ, ଜ୍ୟୋତି ଇଞ୍ଜନ ମହାପାତ୍ରଙ୍କ ସ‌ମେତ ଆନ୍ଦୋଳନ ସହ ଆବାହକ ବାସୁଦେବ ଭଟ୍ଟ, ଦୟା ସୁରକ୍ଷା ଅଭିଯାନର ସଚ୍ଚିକାନ୍ତ ପ୍ରଧାନ, ବିଶ୍ୱଭୂଷଣ, ଅଶୋକ ପ୍ରଧାନ, ବିଜୟ ପରିଡ଼ା, ପ୍ରଭାସ ସାମନ୍ତରାୟ, ସୁନିତା ବିଶ୍ୱାଳ, ନିରୁପମା ଜେନା, ମନୋଜ ବାରିକ, ଅଶୋକ ପାଇକରାୟ, ଅର୍ଜୁନ ସାମନ୍ତରାୟ, ଲକ୍ଷ୍ମୀ ଦୋରା, ରିଙ୍କି ସାହୁ, ବିତା ଆଜାଦଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ‌ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe