ମହାନଦୀ ଜଳ ବିବାଦ ପ୍ରସଙ୍ଗ : ବିଜେପି ଓ କଂଗ୍ରେସକୁ ବିଜେଡିର କଡ଼ା ଜବାବ

Advertisment
ମହାନଦୀ ଜଳ ବିବାଦ ପ୍ରସଙ୍ଗ : ବିଜେପି ଓ କଂଗ୍ରେସକୁ ବିଜେଡିର କଡ଼ା ଜବାବ

ଭୁବନେଶ୍ବର : ମହନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଆସିଛନ୍ତି ବିଜେପି ଓ କଂଗ୍ରେସ। ଉଭୟ ଦଳ ଓଡ଼ିଶା ବିରୋଧୀ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରୁଥିବାବେଳେ ରାଜ୍ୟ ବିଜେପି ଯେଭଳି ଆଭିମୁଖ୍ୟ ରଖିଥିଲା ସେହିଭଳି ଆଭିମୁଖ୍ୟକୁ ଏବେ କଂଗ୍ରେସ ଓହ୍ଲାଇଛି। ଛତିଶଗଡ଼ର ମନ୍ତ୍ରୀ ଟି.ଏସ ସିଂହଦେଓ ଏଠାକୁ ଆସି ପୁଣି ରାଜନୀତି ଆରମ୍ଭ କଲେଣି। ବିଜେପି ପରି ସେ ବି କହିଲେଣି ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ମହନଦୀ ସମସ୍ୟାର ସମାଧାନ ହେବ। କଂଗ୍ରେସ ଓ ବିଜେପି ଓଡ଼ିଶାବାସୀଙ୍କୁ ଏପରି ପ୍ରତାରଣା କରିବା ଦୁର୍ଭାଗ୍ୟଜନକ। ଆଗାମୀ ନିର୍ବାଚନରେ ଜନସାଧାରଣ ସେମାନଙ୍କୁ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଡଃ ସସ୍ମିତ ପାତ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe