ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚଢ଼ଉ: ବାପ-ପୁଅ, ଝିଅ-ଜ୍ବାଇଁଙ୍କ ସମେତ ୫ ଶିକାରୀ ଗିରଫ

ବଜ୍ରକାପ୍ତା କାତି, ଦେଶୀ ବନ୍ଧୁକ ଜବତ

ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚଢ଼ଉ: ବାପ-ପୁଅ, ଝିଅ-ଜ୍ବାଇଁଙ୍କ ସମେତ ୫ ଶିକାରୀ ଗିରଫ

ନୟାଗଡ଼/ଗଣିଆ: ବନ୍ୟଜନ୍ତୁ ଶିକାର ଅଭିଯୋଗରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ ପକ୍ଷରୁ ନୟାଗଡ଼ ଓ ବୌଦ୍ଧ ଜିଲ୍ଲା ଅଞ୍ଚଳରୁ ୫ଜଣଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କ ଘର ବୌଦ୍ଧ ଜିଲ୍ଲା‌ରେ ହୋଇଥିବା ବେଳେ ୩ ଜଣଙ୍କୁ ନୟାଗଡ଼ ଗଣିଆର ଛାମୁଣ୍ଡିଆ ବନାଞ୍ଚଳ ଓ ୨ ଜଣଙ୍କୁ ବୌଦ୍ଧ ଜିଲ୍ଲାର କୁସଙ୍ଗ ବନାଞ୍ଚଳରୁ ଗିରଫ କରାଯାଇଛି। ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲ୍‌ଗୁନି ସାରଥୀ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ, ବୌଦ୍ଧ ପଦ୍ମତୋଳା ଗ୍ରାମର ଉତ୍ତମ ପ୍ରଧାନ ଓ ପୁଅ ସଞ୍ଜୟ ପ୍ରଧାନ (୨୦), ଝିଅ ସାବିତ୍ରୀ ମାଝି ଓ ଜ୍ବାଇଁ ବାସୁଦେବ ମାଝି। ବାସୁଦେବ ଘରଜ୍ବାଇଁଆ ଭାବେ ରହୁଥିଲେ। ଏମାନଙ୍କ ବ୍ୟତୀତ କୁସଙ୍ଗ ତଳଗାଁ ଅତଳସରାର ମୁଖ୍ୟ ଅଭିଯୁକ୍ତ କୁଖ୍ୟାତ ଶିକ‌‌ାରୀ କୋକିଳ କଅଁର(୨୩)ଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତଙ୍କଠାରୁ ଦେଶୀ ବନ୍ଧୁକ, ୫ରୁ ୬ଟି ବଜ୍ରକାପ୍ତା କାତି, ବନ୍ୟଜନ୍ତୁ ମାରିବା ନିମନ୍ତେ ଫାଶ ଆଦି ଜବତ କରାଯାଇଛି। କୋକିଳ ଏହି ପରିବାରର ଦୂରସମ୍ପର୍କୀୟ ବୋଲି ଡିଏଫ୍‌ଓ ଶ୍ରୀ ମଲ୍ଲିକ କହିଛନ୍ତି।

ଗତ ସୋମବାର ଗଣିଆର ଛାମୁଣ୍ଡିଆ ବନାଞ୍ଚଳରେ ୩ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଖବର ପାଇ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ ପକ୍ଷରୁ ତନାଘନା କରାଯାଇ ସଞ୍ଜୟ, ବାସୁଦେବ ଓ କୋକିଳଙ୍କୁ ଗିରଫ କରାଯାଇଥିଲା। ୩ ଅଭିଯୁକ୍ତଙ୍କୁ ଜେରା ବେଳେ ସେମାନଙ୍କଠାରୁ ଉତ୍ତମ ଓ ତାଙ୍କ ଝିଅ ସାବିତ୍ରୀ ସମ୍ପର୍କରେ ସୂଚନା ମିଳିଥିଲା। ପରେ ପଦ୍ମତୋଳାସ୍ଥିତ ଉତ୍ତମଙ୍କ ଘରେ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe