ମହାନଦୀ ଜଳ ବିବାଦର ଆପୋସ ସମାଧାନ ହେବ: ନିରଞ୍ଜନ

Advertisment
ମହାନଦୀ ଜଳ ବିବାଦର ଆପୋସ ସମାଧାନ ହେବ: ନିରଞ୍ଜନ

ଭୁବନେଶ୍ବର: ମହାନଦୀ ଜଳ ବିବାଦର ଆପୋସ ସମାଧାନ ହେବ। ଆଗାମୀ କିଛି ଦିନ ମଧ୍ୟରେ କଂଗ୍ରେସର ଏକ ପ୍ରତିନିଧି ଦଳ ସେଠାକୁ ଯାଇ ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତିି। ଛତିଶଗଡ଼ରେ ଆୟୋଜିତ ନବ ନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରୁ ଫେରିବା ପରେ ଆଜି ଶ୍ରୀ ପଟ୍ଟନାୟକ ଏଠାରେ ଏହି ସୂଚନା ଦେଇଥିଲେ। ସେ କହିଲେ ଯେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବାଘେଲ୍‌ ସରକାରଙ୍କ ସହିତ ତାଙ୍କର ଆଲୋଚନା ହୋଇଥିଲା। ଆଲୋଚନାରେ ଛତିଶଗଡ଼ ସରକାର ମହାନଦୀ ଜଳ ବିବାଦର ସମାଧାନ ସପକ୍ଷରେ ସକରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାରେ ତାଙ୍କ ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe