ତୃତୀୟ ଦିନରେ ଧାମଧା, ଖଇରାଗଡ଼ ଗଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍‌

ତୃତୀୟ ଦିନରେ ଧାମଧା, ଖଇରାଗଡ଼ ଗଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍‌

ଝାରସୁଗୁଡ଼ା : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟ ଛତିଶଗଡ଼ରେ ମହାନଦୀର କ୍ଷେତ୍ର ପରିଦର୍ଶନ ଜାରି ରଖିଛନ୍ତି। ଗସ୍ତର ତୃତୀୟ ଦିନରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏ.ଏମ୍‌ ଖାନୱିଲକରଙ୍କ ନେତୃତ୍ବରେ ଆସିଥିବା ଟିମ୍ ଧାମଧାସ୍ଥିତ ଟେମରି ମାଇନର ଟ୍ୟାଙ୍କ, ଖଇରାଗଡ଼ସ୍ଥିତ ଉଦୟପୁର ମାଇନର ଟ୍ୟାଙ୍କ, ଖଇରାଗଡ଼ରେ ପ୍ରସ୍ତାବିତ ସିଦ୍ଧ ବାବା ଟ୍ୟାଙ୍କ ପରିଦର୍ଶନ କରିଛନ୍ତି।

ଶୁକ୍ରବାର ସକାଳୁ ଟିମ୍‌ ଦୁର୍ଗ ଜିଲ୍ଲା ଧମଧାର ଟେମରି ଗ୍ରାମରେ ପହଞ୍ଚିବା ପରେ ପ୍ରଥମେ କ୍ଷୁଦ୍ର ଜନସେଚନ ପ୍ରକଳ୍ପ ସ୍ଥିତି ସମୀକ୍ଷା କରିବା ପରେ ଖଇରାଗଡ଼ ଅଭିମୁଖେ ବାହାରିଥିଲେ। ଏହି ସମୟରେ ଜଳ ସଂସାଧନ ବିଭାଗ ସଚିବ ଅନବଲଗନ୍‌ ପି, ଦୁର୍ଗ ଜିଲ୍ଲାପାଳ ପୁଷ୍ପେନ୍ଦ୍ର କୁମାର ମୀନା ଓ ଓଡ଼ିଶାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶନିବାର ଏହି ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଶେଷ ଦିନ। ଶନିବାର ଉପର ମହାନଦୀ ମୁଖ୍ୟ ଉପଅବବାହିକା ଅଞ୍ଚଳରେ ଥିବା ସାମୋଦା ବ୍ୟାରେଜ ପରିଦର୍ଶନ ପରେ ଟ୍ରିବ୍ୟୁନାଲ୍‌ ସଦସ୍ୟ ରାୟପୁରରୁ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe