ମାହାଙ୍ଗା ଡବଲ ମର୍ଡର: ହାଇକୋର୍ଟରେ ୬ ଅଭିଯୁକ୍ତଙ୍କ ଜାମିନ ଖାରଜ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା ୬ ଜଣ ଅଭିଯୁକ୍ତଙ୍କ ଜାମିନ ହାଇକୋର୍ଟରେ ଖାରଜ ହୋଇଛି।  ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କୈଳାସ ଚନ୍ଦ୍ର ଖଟୁଆ, ମଳୟ କୁମାର ବାରିକ, ଭିକାରି ଚରଣ ସ୍ବାଇଁ, କ୍ଷିତୀଶ କୁମାର ଆଚାର୍ଯ୍ୟ, ଚୈତନ୍ୟ ସେଠୀ, ଅରବିନ୍ଦ ଖଟୁଆଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ହାଇକୋର୍ଟ ଏହି ୬ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ହତ୍ୟା ମାମଲାରେ ଅଭିଯୁକ୍ତ ଲଳିତ କୁମାର ବରାଳଙ୍କ ଜାମିନ ୨୦୨୧, ସେପ୍ଟେମ୍ବର ୧୫ରେ ହାଇକୋର୍ଟ ଖାରଜ କରିଥିଲେ। ମାମଲାର ଏତଲାକାରୀଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ହାଇକୋର୍ଟରେ ବିରୋଧ କରାଯାଇଥିଲା।

୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ପରେ ଏ ନେଇ ମାହାଙ୍ଗା ଥାନାରେ ଏତଲା ରୁଜୁ ହୋଇଥିଲା। ଏହି ଘଟଣାରେ ଉପରୋକ୍ତ ୬ଜଣ ଅଭିଯୁକ୍ତଙ୍କ  ସହିତ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏତଲାକାରୀଙ୍କ ତରଫରୁ ଆଇନଜୀବୀ ରାକେଶ କୁମାର ମଲ୍ଲିକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe