ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ମାହାଙ୍ଗା ପୁଲିସ : ଖୋଲାରେ ବୁଲୁଛି ଅଭିଯୁକ୍ତ, ଫୋନ୍‌ କଲେ ଉତ୍ତର-ଥାନାରେ ଗାଡି ନାହିଁ

ଭୟରେ ଦିନ କାଟୁଛନ୍ତି ମଣିଯୋରୀରେ ଆକ୍ରମଣର ଶିକାର ପୂଜକ ପରିବାର

ମାହାଙ୍ଗା ଡବଲ ମର୍ଡର: ୨୧ ଦିନ ପରେ ବି ପ୍ରଫୁଲ୍ଲ ନିଖୋଜ

twitter.com

କଟକ/ମାହାଙ୍ଗା : ଅଭିଯୁକ୍ତକୁ ଗିରଫ କରୁନି ମାହାଙ୍ଗା ଥାନା ପୁଲିସ। ଅଭିଯୁକ୍ତ ସଂପର୍କରେ ସୂଚନା ଦେଲେ ବି ଗାଡ଼ି ନାହିଁ ‌କହି ହାତ ବାନ୍ଧି ବସି ଯାଉଛି। ଫଳରେ ଅଭିଯୁକ୍ତ ଖୁଲମଖୁଲା ବୁଲୁଥିବା ବେଳେ ଅଭିଯୋଗକାରୀ ଭୟରେ ଦିନ କାଟୁଛନ୍ତି। ପୁଲିସର ଏଭଳି ଆଭିମୁଖ୍ୟ ପଛରେ କାହାର ହାତ ରହିଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ସୂଚନା ଅନୁଯାୟୀ, ଗଲା ୧୧ତାରିଖ ରାତିରେ ମାହାଙ୍ଗା ଥାନା ମଣିଯୋରୀ ଗ୍ରାମର ରହୁଥିବା ଏକ ପୂଜକଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା। ନୟାଗଡ ଅଞ୍ଚଳର ରବୀନ୍ଦ୍ର କୁମାର ପଣ୍ତା ମାହାଙ୍ଗା ଥାନା ଅନ୍ତର୍ଗତ ବରାହିପୁର ପଞ୍ଚାୟତର ମଣିଯୋରୀ ଗ୍ରାମରେ ପରିବାର ସହ ରହୁଛନ୍ତି। ସେ ଗ୍ରାମରେ ଥିବା ହନୁମାନ ମନ୍ଦିରରେ ପୂଜା କାର୍ଯ୍ୟ କରନ୍ତି। କିଛିଦିନ ତଳେ ଏହି ଗ୍ରାମର ସୌମ୍ୟରଞ୍ଜନ ସାହୁ ଗ୍ରାମ୍ୟ ଗଣ୍ତଗୋଳକୁ କେନ୍ଦ୍ରକରି ହନୁମାନ ମନ୍ଦିରରେ ତାଲା ପକାଇ ଦେଇଥିଲେ। ପୂଜକଙ୍କୁ ସେଠାରେ ପୂଜା ନ କରି ନୟାଗଡ ଫେରି ଯିବା ପାଇଁ ଧମକ ଦେଇଥିଲେ। ଫଳରେ ମନ୍ଦିରର ପୂଜା କାର୍ଯ୍ୟ କିଛି ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପରେ ଗ୍ରାମର କିଛି ଲୋକଙ୍କ ହସ୍ତକ୍ଷେପ ଫଳରେ ମନ୍ଦିରର ପୂଜା କାର୍ଯ୍ୟ ସ୍ବାଭାବିକ ହୋଇଥିଲା ଓ ତାଲା ଖୋଲା ଯାଇଥିଲା। ଏହି କାରଣକୁ କେନ୍ଦ୍ରକରି ମଙ୍ଗଳବାର ରାତିରେ ସୌମ୍ୟରଞ୍ଜନ ପୂଜକ ରବୀନ୍ଦ୍ର ରହୁଥିବା ଘର ସମ୍ମୁଖରେ ଗାଳିଗୁଳଜ କରିଥିଲା। ସେମାନେ ଘର ବାହାରକୁ ଆସିବାରୁ ରବୀନ୍ଦ୍ରଙ୍କ ସ୍ତ୍ରୀ ରମାମଣିଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଠାରୁ ଏକ ସୁନାଚେନ ଛଡାଇ ନେଇଥିଲା। ଏହାକୁ ବିରୋଧ କରିବାରୁ ସୌମ୍ୟରଞ୍ଜନ ଗୋଟିଏ ବନ୍ଧୁକ ରବୀନ୍ଦ୍ରଙ୍କ ମୁଣ୍ତରେ ଲଗାଇବା ସହ ଗୁଳି ଫୁଟାଇଥିଲା। କିନ୍ତୁ ଏଥିରୁ ରବୀନ୍ଦ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣା ସଂପର୍କରେ ଗଲା ବୁଧବାର ଦିନ ପୂଜକଙ୍କ ପତ୍ନୀ ରମାମଣି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏଯାଏ କୌଣସି ପଦକ୍ଷେପ ନେଇ ନଥିବା ବେଳେ ଗାଁରେ ଖୁଲମ୍‌ଖୁଲା ବୁଲୁଛି ଅଭିଯୁକ୍ତ। ପୁଲିସର ନିଷ୍କ୍ରିୟତା ଯୋଗୁଁ ପୂଜକଙ୍କ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏ ସଂପର୍କରେ କଟକ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ କହିଛନ୍ତି ଯେ, ଘଟଣାସ୍ଥଳରେ ଗୁଳିମାଡ଼ ହୋଇନି। କିନ୍ତୁ ମନ୍ଦିର ପୂଜା ଘଟଣାକୁ ନେଇ ଆକ୍ରମଣ ଅଭିଯୋଗ ହୋଇଛି। ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଏସ୍‌ପି କହିଛନ୍ତି।
ତେବେ, ଅପରାଧୀଙ୍କ ପ୍ରତି ମାହାଙ୍ଗା ପୁଲିସ୍‌ କୋହଳ ମନୋବୃତ୍ତି ପ୍ରଦର୍ଶନ କରିଆସୁଛି। ନୃତ୍ତାଙ୍ଗରେ ଘଟିଥିବା ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବର୍ଷେ ପରେ ବି ଧରିପାରୁନି। ଶ୍ରୀପୁରା ବଧୂହତ୍ୟା ଘଟଣାରେ ମଧ୍ୟ ପୁଲିସ ସ୍ବାମୀକୁ ଗିରଫ କରି ଅନ୍ୟମାନଙ୍କୁ ଛାଡି ଦେଇଥିବା ଅଭିଯୋଗ ହୋଇଛି। ମାହାଙ୍ଗା ଥାନା ପୁଲିସର ଏଭଳି ରେକର୍ଡ ସହିତ ଉପରୋକ୍ତ ଘଟଣା ଯୋଡ଼ିହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe