ବାଙ୍କଚୂଡ଼ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, ଦର୍ଶନ ପାଇଁ ବଡ଼ଦେଉଳରେ ପ୍ରବଳ ଭିଡ଼

Advertisment

ଆଜି ମହାପ୍ରଭୁଙ୍କ ଡାଳିକିଆ ବା ତ୍ରିବିକ୍ରିମ ବେଶ

ଆଜି ମହାପ୍ରଭୁଙ୍କ ଡାଳିକିଆ ବା ତ୍ରିବିକ୍ରିମ ବେଶ

ବାଙ୍କଚୂଡ଼ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, ଦର୍ଶନ ପାଇଁ ବଡ଼ଦେଉଳରେ ପ୍ରବଳ ଭିଡ଼

ପୁରୀ : ଶନିବାର ଦିନ ମହାପଞ୍ଚୁକର ଦ୍ୱିତୀୟ ଦିନ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାଙ୍କଚୂଡ଼ ବା ବାମନବେଶ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଗରୁଡ଼ ଉତ୍‌ଥାପନ ନୀତି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି। ଅନ୍ୟପଟେ ଆଜି ବି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ମହାପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ବାଙ୍କଚୂଡ଼ ବେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜିଛନ୍ତି। ଆଜି ଭକ୍ତମାନେ ମହାପ୍ରଭୁଙ୍କ ଡାଳିକିଆ ବା ତ୍ରିବିକ୍ରିମ ବେଶରେ ଦର୍ଶନ କରି‌ବାର ସୌଭାଗ୍ୟ ପାଇବେ।

ଶୁକ୍ରବାର ଦିନ ନୀତିକାନ୍ତ ବିଳମ୍ବ ହେବାରୁ ରାତ୍ର ପହୁଡ଼ ହୋଇନଥିଲା। ଏଣୁ ଶନିବାର ଦିନ ମଙ୍ଗଳଆଳତିରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୬ଟା ୧୫ରେ ମଙ୍ଗଳଆଳତି, ମଇଲମ ପରେ ସାଢ଼େ ୬ଟାରେ ମଇଲମ, ୭ଟାରେ ତଡପଲାଗି, ୭ଟା ୩୫ରେ ଅବକାଶ ପୂଜା ଶେଷ ପରେ ମଇଲମ ଓ ରୋଷହୋମ ହୋଇ ପୂର୍ବାହ୍ଣ ସାଢ଼େ ୧୦ଟାରୁ ଶ୍ରୀବିଗ୍ରହମାନଙ୍କ ବାଙ୍କଚୁଡ ବା ବାମନ ବେଶ ଆରମ୍ଭ ହୋଇଥିଲା।

ବାଙ୍କଚୂଡ଼ ବେଶର ବିଶେଷତ୍ୱ ହେଉଛି, ବଡ଼ଠାକୁର ବଳଭଦ୍ରଙ୍କ ଏହି ବେଶରେ ମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଖୋସା ପଡ଼େ। ଏହି ଖୋସାର(ବେଣି) ଅଗ୍ରଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଏକ ଛୋଟ ସ୍ୱର୍ଣ୍ଣ କିରୀଟ ମହାପ୍ରଭୁଙ୍କ କପାଳର ଶୀର୍ଷ ଭାଗରେ ଶୋଭା ପାଇଥାଏ। ଏହି ବେଶରେ ଠାକୁରମାନେ ଅବିକଳ ବାମନ ବେଶ ପରି ଦୃଶ୍ୟମାନ ହୋଇଥାନ୍ତି। ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏହି ବେଶରେ ବ୍ୟବହୃତ ହୋଇଥିଲା। ଏହି ବେଶକୁ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ, ପାଳିଆ ପୁଷ୍ପାଳକମାନେ ସମ୍ପନ୍ନ କରିଥିଲେ। ପରେ ଗରୁଡ଼ ଉତ୍‌ଥାପନ ନୀତି ଅନୁଷ୍ଠିତ ହୋଇଥିଲା। ଗରୁଡ଼ ଉତ୍‌ଥାପନ ନୀତି ପରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଓ ଭୋଗ ନୀତି ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe