ମାଉସୀମା’ଙ୍କ ପୋଡ଼ପିଠା ଖାଇଲେ ମହାପ୍ରଭୁ

ମାଉସୀମା’ଙ୍କ ପୋଡ଼ପିଠା ଖାଇଲେ ମହାପ୍ରଭୁ

ପୁରୀ : ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରେ ପ୍ରସ୍ତୁତ ପୋଡପିଠା ଖାଇଛନ୍ତି ମହାପ୍ରଭୁ। ଏଥିପାଇଁ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିରଠାରେ ଅଟକିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ପୁନର୍ବାର ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ସହ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବି ପୋଡ଼ପିଠା ସମର୍ପଣ କରାଯାଇଛି। ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ଚିଠିକ୍ରମେ ମାଉସୀ ମା’ଙ୍କ ମନ୍ଦିର ପୂଜକ ଭାବେ ବିଶ୍ବନାଥ ମିଶ୍ର ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣ କରିଛନ୍ତି। ପୂଜାପଣ୍ଡା ସେବକମାନେ ରଥ ଆଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ପୋଡ଼ପିଠା ସମର୍ପଣ କରିଛନ୍ତି। ସେପଟେ ପୂର୍ବବର୍ଷ ଭଳି ମନୋରଂଜନ ମିଶ୍ର ମାଉସୀ ମା’ ମନ୍ଦିର କଡ଼ ଗଳିରେ ଛିଡ଼ା ହୋଇ ପୋଡ଼ପିଠା ସମର୍ପଣ କରିଛନ୍ତି।

ସୂଚନାଯୋଗ୍ୟ, ଛେନା, ଅଟା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦି ଚକଟାରେ ପୋଡ଼ପିଠା ପ୍ରସ୍ତୁତ ହୋଇଥାଏ। ଉପରୋକ୍ତ ମିଶ୍ରଣର ଚକଟାକୁ ବାମ୍ପରେ ପ୍ରାୟ ୮ ଘଣ୍ଟା ସିଝାଇବା ପରେ ଏହାକୁ ଖଣ୍ଡ ଖଣ୍ଡ କରି ଘିଅରେ ଛାଣି ମାଟି ହାଣ୍ଡିରେ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe