ମହାପ୍ରଭୁଙ୍କୁ ଜ୍ବର, ଅନବସର ଘରେ ଚାଲିବ ଗୁପ୍ତ ସେବା: ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ

ସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ବର। ବିଳମ୍ବିତ ରାତିରେ ଅନବସର ଘରେ ବିଜେ ହୋଇଛନ୍ତି ଦାରୁବ୍ରହ୍ମ। ଜ୍ବର ପୀଡ଼ାରୁ ଉପଶମ ପାଇଁ ପଥି, ପାଚନ, ଔଷଧ ଦେଇ ସେବା ଶୁଶ୍ରୂଷାରେ ଲାଗିବେ ଦଇତାପତି ସେବକ। ଆସନ୍ତାକାଲିଠାରୁ ଆଉ ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ।

ddvddvdv

ପୁରୀ: ସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ବର। ବିଳମ୍ବିତ ରାତିରେ ଅନବସର ଘରେ ବିଜେ ହୋଇଛନ୍ତି ଦାରୁବ୍ରହ୍ମ। ଜ୍ବର ପୀଡ଼ାରୁ ଉପଶମ ପାଇଁ ପଥି, ପାଚନ, ଔଷଧ ଦେଇ ସେବା ଶୁଶ୍ରୂଷାରେ ଲାଗିବେ ଦଇତାପତି ସେବକ। ଆସନ୍ତାକାଲିଠାରୁ ଆଉ ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ। ଶ୍ରୀବିଗ୍ରହଙ୍କ ସ୍ଥାନରେ ଅନବସରରେ ପୂଜା ପାଇବେ ପଟିଦିଅଁ। ଆଜି ପଟିଦିଅଁଙ୍କୁ ଚିତ୍ରକର ସେବକବୃନ୍ଦ ପ୍ରସ୍ତୁତି ସାରି ପୂଜା କରିବା ପରେ ଶ୍ରୀମନ୍ଦିରକୁ ବିଜେ କରାଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୁବନେଶ୍ବରୀ, ବଡ଼ଠାକୁରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟଦିଅଁ ପୂଜା ପାଇବେ। ଶ୍ରୀନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା’ ଭୁନନେଶ୍ବରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରଦେବୀ, ଶ୍ରୀଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମୂର୍ତ୍ତି ଅଧିଷ୍ଠିତ ହେବେ।

ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ
ବ୍ରହ୍ମଗିରି: ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ ସମଫଳ ପ୍ରଦାନ କରିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି। ଆସନ୍ତାକାଲି ଠାରୁ ଶ୍ରୀଜିଉଙ୍କ ଅଣସର ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଭୋର ଚାରିଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ଓ ଗୋପାଳ ବଲ୍ଲଭ ଉଠି ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ମଧ୍ୟ୍ୟାହ୍ନ ୧୨ଟାରେ ସକାଳଧୂପ, ଅପରାହ୍‌ଣ ୨ଟାରେ ମଧ୍ୟ୍ୟାହ୍ନଧୂପ ନୀତି ବଢ଼ି ସାଢ଼େ ୨ଟାରେ ପହଡ଼ ବଢ଼ିବ। ଅପରାହ୍ଣ ୨ଟା ୪୫ରୁ ସର୍ବସାଧାରଣ ଦର୍ଶନ ହେବ। ଭଅଣ୍ତ ଅପରାହ୍‌ଣ ୪ଟାରେ ଉଠିବା ପରେ ସାଢ଼େ ଚାରିଟାରୁ ସର୍ବସାଧାରଣ ଦର୍ଶନ ହେବ। ସଂଧ୍ୟା ୭ଟାରେ ସଂଧ୍ୟା ଆଳତି ଓ ମଇଲମ ନୀତି ବଢ଼ିବା ପରେ ସାଢ଼େ ୭ଟାରୁ ସର୍ବସାଧାରଣ ଦର୍ଶନ ହେବ। ରାତି ୧୦ଟାରେ ସଂଧ୍ୟାଧୂପ ନୀତି ବଢ଼ିବ। ରାତି ଏଗାରଟାରେ ବଡ଼ସିଂହାର ବେଶ ଓ ଧୂପନୀତି, ରାତି ୧୨ଟାରେ ପହଡ଼ ନୀତି ବଢ଼ିବ ବୋଲି ସେବାୟତ ନିଯୋଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe