ରତ୍ନଭଣ୍ଡାରକୁ ଫେରିଲା ମହାପ୍ରଭୁଙ୍କ ରତ୍ନ: ବୋହିବାକୁ ଲାଗିଲା ୪ ଘଣ୍ଟା

ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ଆଜି ସ୍ଥାୟୀ ଭାବରେ ନିଆଯାଇଛିl ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶୁଭବେଳା, ପୂର୍ବାହ୍‌ଣ ୧୦ଟା ୫୫ ମିନିଟରେ....

scsccs

ପୁରୀ: ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ଆଜି ସ୍ଥାୟୀ ଭାବରେ ନିଆଯାଇଛିl ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶୁଭବେଳା, ପୂର୍ବାହ୍‌ଣ ୧୦ଟା ୫୫ ମିନିଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକ୍ ଅପରାହ୍‌ଣ ୨--ଟା ୫୫ ମିନିଟ୍ ସମୟରେ ଶେଷ ହୋଇଥିଲା l ୪ ଘଣ୍ଟାରେ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲା। ଏହା ପରେ ଶ୍ରୀମନ୍ଦିର ଶୋଧ ହୋଇ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।

ଶୁଭବେଳାରେ ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟମାନେ ପାରମ୍ପରିକ ପୋଷାକରେ ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ରତ୍ନ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସାମଗ୍ରୀ ସ୍ଥାନାନ୍ତର ପରେ ମୂଳ ଓ ବାହାର ଭଣ୍ଡାରକୁ ତିନିଟି ଯାକ ତାଲା ପକାଇ ବନ୍ଦ କରାଯାଇଛି। ରତ୍ନ ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ଭିତର ଓ ବାହାର ରତ୍ନ ଭଣ୍ଡାର ଜଉମୁଦ ପରେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

କମିଟିରେ ଥିଲେ, ପ୍ରବେଶ ଅନୁମତି ମିଳିଲାନି
ଅସନ୍ତୋଷ ପ୍ରକାଶ କଲେ ସୁଦର୍ଶନ

ଅନ୍ୟପଟେ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିର ଦୁଇ ଜଣ ସଦସ୍ୟ ସ୍ଥାନାନ୍ତର ପ୍ରକ୍ରିୟାରେ ରହିବା ପାଇଁ ସ୍ଥିର ହୋଇଥିଲା। ଏଥିରେ ଅଧ୍ୟକ୍ଷ ଜଷ୍ଟିସ୍‌ ରଥ ଓ ସଦସ୍ୟ ବିଶ୍ବପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାମିଲ ପାଇଁ ଚିଠି ହୋଇଥିଲା। କିନ୍ତୁ ଦଳରେ କେବଳ ଜଷ୍ଟିସ୍‌ ରଥ ହିଁ ସାମିଲ ହୋଇଥିଲେ। ସୁଦର୍ଶନ ପଟ୍ଟନାୟକ ସାମିଲ୍‌ ନହେବା ନେଇ ତାଙ୍କୁ ଗଣମାଧ୍ୟମ ପଚାରିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ହାଇପାୱାର କମିଟି ବୈଠକ ବସିଲେ ସେଠାରେ ସେ ଏହାକୁ ଉପସ୍ଥାପନ କରିବେ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି ପାଇଁ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହୋଇଥିଲା। ଚଳିତ ଜୁଲାଇ ୭ ତାରିଖରେ ଏଏସ୍ଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି ଶେଷ ହୋଇଥିଲା। ଆଜି ହୋଇଥିବା ସ୍ଥାନାନ୍ତର ପୂର୍ବରୁ ଅର୍ଥାତ୍‌ ଗତ ୧୯ ତାରିଖରେ ରତ୍ନଭଣ୍ଡାରକୁ ସଂସ୍କାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe