ମହାପ୍ରଭୁଙ୍କ ଦୁଧୁ ମେଲାଣ ନୀତି

ପୌଷ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ନୀତି ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀମନ୍ଦିରରେ ଦୁଧୁମେଲାଣ ନୀତି ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ସମ୍ପନ୍ନ ହୋଇ ପାଣିପଡ଼ି ଦକ୍ଷିଣୀଘର ଭୋଗ ଅନୁଷ୍ଠିତ ହୋଇଥିଲା।

ggdgdgd

ପୁରୀ: ପୌଷ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ନୀତି ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀମନ୍ଦିରରେ ଦୁଧୁମେଲାଣ ନୀତି ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ସମ୍ପନ୍ନ ହୋଇ ପାଣିପଡ଼ି ଦକ୍ଷିଣୀଘର ଭୋଗ ଅନୁଷ୍ଠିତ ହୋଇଥିଲା। ଭୋଗ ସମ୍ପନ୍ନ ପରେ ଅପରାହ୍‌ଣ ୪ଟାରେ ଦୁଧୁ ମେଲାଣ ପାଇଁ ରାମକୃଷ୍ଣ ଭିତରକୁ ବିଜେ କରିଥିଲେ। ଦକ୍ଷିଣୀଘରୁ ମହାଜନ ସେବକମାନେ ଶ୍ରୀରାମକୃଷ୍ଣଙ୍କୁ ରତ୍ନ ସିଂହାସନକୁ ବିଜେ କରାଇଥିଲେ। ପରେ ମହାଜନ ସେବକମାନେ ପଣ୍ଡାଦୁଆର ନିକଟରେ ଥିବା ପାଲିଙ୍କିରେ ଠାକୁରଙ୍କୁ ବିଜେ କରାଇଥିଲେ। ୪ଟା ୪୫ରେ ପାଲିଙ୍କି ଉଠିଥିଲା।

ଘଣ୍ଟ, ଛତା, କାହାଳୀ ସହ ମହାଭୋଇ ସେବକ ରୋଷଶାଳା ପରିସରକୁ ଯାଇ ଦୁଧଭାର ନେଇ ଆସିଥିଲେ। ପରେ ଠାକୁରଙ୍କୁ ବିମାନ ବଡ଼ୁ ସେବକ ପାଲିଙ୍କିରେ ଶ୍ରୀଜଗନ୍ନାଥବଲ୍ଲଭକୁ ବିଜେ କରାଇଥିଲେ। ସେଠାରେ ପୂର୍ବରୁ ଗାଈବାଛୁରୀ ରହିଥିଲେ। ଗାଈଠାରୁ ଦୁଧ ଅଣାଯାଇ ଠାକୁରଙ୍କୁ ଦୁଧ ମଣୋହି କରାଯାଇଥିଲା। ପରେ ଶୀତଳ ଭୋଗ ମଣୋହି କରାଯାଇ ବନ୍ଦାପନା ନୀତି କରାଯାଇଥିଲା। ଜଗନ୍ନାଥବଲ୍ଲଭ ମଠରେ ସମସ୍ତ ନୀତି ସମ୍ପାଦନ ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ। ମା’ ମହାଲକ୍ଷ୍ମୀ ମନ୍ଦିର ପରିସରରେ ପଡିଥିବା ଖଟଶେଜ ଉପରେ ବିଜେ ହୋଇଥିଲେ। ସେଠାରେ ଠାକୁରଙ୍କୁ ଦୁଧମଣୋହି କରାଯାଇ ବନ୍ଦାପନା କରାଯାଇଥିଲା। ପରେ ଅନ୍ୟ ନୀତି ବଢ଼ିଥିଲା। ନୀତି ସମ୍ପନ୍ନ ହେବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe