ମହାପ୍ରଭୁଙ୍କ ମୋଦକ ଚୋରି: ମହାପ୍ରଭୁଙ୍କୁ ଲାଗିହେଲା ମାରା ମୋଦକ

ଶ୍ରୀମନ୍ଦିର ପରିସରରେ ଆଜି ଘଟିଛି ଅଭାବନୀୟ ଘଟଣା। ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ମୋଦକ ଚୋରି ହୋଇ ଯାଇଛି। ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ପାଖରେ ଲାଗିହେଲା ସେ ନେଇ ପ୍ରଶ୍....

bh

ପୁରୀ: ଶ୍ରୀମନ୍ଦିର ପରିସରରେ ଆଜି ଘଟିଛି ଅଭାବନୀୟ ଘଟଣା। ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ମୋଦକ ଚୋରି ହୋଇ ଯାଇଛି। ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ପାଖରେ ଲାଗିହେଲା ସେ ନେଇ ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର। ଏ ନେଇ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଚିଠି ଲେଖି ଅବଗତ କରାଇବା ସହ ମାରା ମୋଦକ କିଭଳି ମହାପ୍ରଭୁଙ୍କୁ ସମର୍ପିତ ହେଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ମହାପ୍ରଭୁଙ୍କୁ ଲାଗିହେଲା ମାରା ମୋଦକ
କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଲେ ବରିଷ୍ଠ ସେବାୟତ

ସେ ଲେଖିଛନ୍ତି, ଅନବସର ଏକାଦଶୀ ଦିନ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ କବିରାଜ ସେବକ ଭକ୍ତମାନେ ସମୁଦାୟ ୩୧୩ ମୋଦକ ଗାରଦରେ ଜମା ଦେଇଥିଲେ। ସେଗୁଡିକ ହେଲା ରୁଦ୍ରନନ୍ଦନ ମିଶ୍ର ୯୯ ମୂର୍ତ୍ତି, ନନ୍ଦନନ୍ଦନ ମିଶ୍ର ୬୩ ମୂର୍ତ୍ତି, ବିନାୟକ ମିଶ୍ର ନାତି ସୁଧାଂଶୁ ମିଶ୍ର ୪୯ ମୂର୍ତ୍ତି, ଦୁର୍ଗାପ୍ରସାଦ ମିଶ୍ର ୨୭ ମୂର୍ତ୍ତି, ସର୍ବେଶ୍ୱର ମିଶ୍ର ୨୫ ମୂର୍ତ୍ତି, ସତ୍ୟବ୍ରତ ମିଶ୍ର ଓ ଦେବବ୍ରତ ମିଶ୍ର ୨୫ ମୂର୍ତ୍ତି ଓ କ୍ଷୀରୋଦ ଚନ୍ଦ୍ର ମିଶ୍ର ୨୫ ମୂର୍ତ୍ତି।  ମହାପ୍ରଭୁଙ୍କ ଭୋଗ ପାଇଁ ମୋଦକ ମଣତି ସମୟରେ ୩୧୩ ମୂର୍ତ୍ତି ଅମୁଣିଆ ମୋଦକରୁ ୭୦ କମ୍ ଥିବା ଜଣାପଡ଼ିଥିଲା। ୭୦ ମୋଦକ ଚୋରି ହୋଇଥିବାରୁ ବାକି ମୋଦକ ମାରା ହୋଇଥିଲା। ମାରା ମୋଦକ କିପରି ମହାପ୍ରଭୁଙ୍କୁ ସମର୍ପିତ କରାଗଲା ସେ ନେଇ ଶ୍ରୀ ଦାସମହାପାତ୍ର ପ୍ରଶ୍ନ ଉଠାଇ ଲିଖିତ ଭାବେ ଅବଗତ କରାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଗାରଦଠାରୁ ଉତ୍ତର ମାଗିଛନ୍ତି। ଗାରଦ ଉତ୍ତର ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି। ଗତ ବର୍ଷ ରଥଯାତ୍ରା ସମୟରେ ବଳଭଦ୍ର ମହାପ୍ରଭୁ ଚାରମାଳରେ ପଡ଼ିଯିବା ଘଟଣାରେ ନିନ୍ଦିତ ହୋଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଚଳିତ ବର୍ଷ ଶୃଙ୍ଖଳିତ ରଥଯାତ୍ରା କରିବାକୁ ସମସ୍ତେ ଅଣ୍ଟା ଭିଡ଼ିଲେ। ହେଲେ ଆରମ୍ଭରୁ ଘଟିଲାଣି ବିଭ୍ରାଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe