ଏକ ଭାରତ, ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ: ଓଡ଼ିଶାରେ ପହଞ୍ଚିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

Advertisment
ଏକ ଭାରତ, ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ: ଓଡ଼ିଶାରେ ପହଞ୍ଚିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଭୁବନେଶ୍ବର : ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଭାରତ ସରକାରଙ୍କ ପ୍ରୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏଆଇସିଟିଇ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ନୱୀ ମୁମ୍ବାଇ ମହାରାଷ୍ଟ୍ରର ଏ.ସି. ପାଟିଲ କଲେଜ ଅଫ୍ ଇଂଜିନିୟରିଂରୁ ୨୫ ଜଣ ଛାତ୍ରଛାତ୍ରୀ ଏବଂ ପୁନାର ୨୫ଟି ସ୍କୁଲରୁ ୨୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ଦୁଇଜଣ ଅଧ୍ୟାପକ ଓ ଦୁଇଜଣ ଅଧ୍ୟାପିକା ଆସିଛନ୍ତି। ଏହି ପାଂଚଦିନିଆ ରହଣି ଭିତରେ ସେମାନେ କଲେଜର ବିଭିନ୍ନ ବିଭାଗ ବୁଲିବା ସହ ଓଡ଼ିଆ ଓ ମରାଠୀ ଭାଷା ବିନିମୟ କାର୍ଯ୍ୟକ୍ରମରେ ଭାଗନେବେ। ଏଥି ସହ ଭୁବନେଶ୍ବରରେ ବିଭିନ୍ନ ମନ୍ଦିର, ମ୍ୟୁଜିୟମ୍, ହାଟ, ଇତ୍ୟାଦି ବୁଲିବା ସହ ଚିଲିକା, ପୁରୀ, କୋଣାର୍କକୁ ମଧ୍ୟ ବୁଲିଯିବା ପାଇଁ କଲେଜ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ସର୍ବୋପରି ଏହା ଭାଷା, ସଂସ୍କୃତି ଓ କଳାର ଭାବବିନିମୟର ଉତ୍କୃଷ୍ଟ ଉଦାହରଣ।

ଆଜିର ସ୍ଵାଗତ ସମାରୋହର ଗିଫ୍ଟର ଅଧ୍ୟକ୍ଷ, ଡ. ସି.ଏଚ୍.ଭି.ଏସ୍. ପରମେଶ୍ଵର ରାଓ, ଡିନ୍ ଏକାଡେମିକ୍ ଡ. ଆର୍.ଏନ୍. ପଣ୍ଡା, ଡିନ୍ ଆଡ୍‌ମିସନ ଏମ୍.କେ. ରାଉତ, ରେଜିଷ୍ଟ୍ରାର୍ ଡ. ମନୋରଞ୍ଜନ ମିଶ୍ର, ଓଏସ୍‌ ଇଂ. ସମୀର ରଞ୍ଜନ ପଣ୍ଡା ଓ ଭାଇସ୍‌ ଚେୟାରମ୍ୟାନ ଡ. ପତିତପାବନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସଂଯୋଜକ ଭାବେ ପ୍ର. ଅଭିଜିତ୍ ମଙ୍ଗରାଜ, ପ୍ର. ସିପ୍ରା କର୍‌ମାକର, ପ୍ର. ପ୍ରଣତି ମିଶ୍ର ଓ ସରିତା ତ୍ରିପାଠୀ ଉପସ୍ଥିତ ରହି ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe