କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଭୁବନେଶ୍ବର : ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭ୍ରମଣରେ ଆସିଥିବା ମହାରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଗସ୍ତର ତୃତୀୟ ଦିନ ଆଜି ଭୁବନେଶ୍ବରର ଖଣ୍ଡଗିରି ଓ ଉଦୟଗିରି, କଳିଙ୍ଗ ଷ୍ଟାଡିୟମ୍ ଏବଂ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି।

ଓଡ଼ିଶାର ଖଣ୍ଡଗିରି ଓ ଉଦୟଗିରିର ପୁରାତନ ଗୁମ୍ଫାର ଇତିହାସ ବିଷୟରେ ଛାତ୍ରମାନଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା। ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ଛାତ୍ରଛାତ୍ରୀମାନେ ରାଜ୍ୟର ଆଦିବାସୀ ଜୀବନଶୈଳୀ, କଳା, ସଂସ୍କୃତି ଓ ଆହୁରି ଅନେକ ବିଷୟରେ ଜାଣିବାକୁ ପାଇଥିଲେ। କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କରି ଛାତ୍ରମାନେ ଷ୍ଟାଡିୟମ୍‌ର ବିଶ୍ବଶ୍ରେଣୀୟ ଭିତ୍ତିଭୂମି ଦେଖିବାର ସୁଯୋଗ ପାଇଲେ। ଏଠାରେ ଆଗାମୀ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ବକପ୍ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ବର ଭ୍ରମଣ କରିସାରିବା ପରେ, ଛାତ୍ରମାନେ ଜିଆଇଏଫ୍‌ଟି ଭୁବନେଶ୍ବରଠାରେ ସାଂସ୍କୃତିକ ହବି କ୍ଲାସ୍‌ରେ ଅଂଶଗ୍ରହଣ କରିଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଆଇଏଫ୍‌ଟି ଭୁବନେଶ୍ବର ପରିଦର୍ଶନରେ ଆସିଥିବା ମହାରାଷ୍ଟ୍ରର ଛାତ୍ରମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe