ମନ୍ତ୍ରୀ ପଦରେ ମହାରଥୀଙ୍କ ମନ ମାନୁନି

Advertisment
କାଳିଆ ଯୋଜନାକୁ ବିରୋଧୀଙ୍କ ସମାଲୋଚନା ପରେ ଉଚିତ ଜବାବ ରଖିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଏକଦା ମନ୍ତ୍ରୀ ପଦ ପାଇବା ପାଇଁ ପ୍ରଦୀପ ମହାରଥୀ ବେଶ୍‌ କସରତ କରୁଥିଲେ। ଏବେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଖରେ ଥାଇ ବି ସେ ଖୁସି ନାହାନ୍ତି। ମନ୍ତ୍ରୀ ପଦରେ ତାଙ୍କ ମନ ମାନୁନି। ସେଥି ପାଇଁ ରାଜ୍ୟସଭା ଯିବାକୁ ମନ ବଳାଇଛନ୍ତି। ଏ କଥା ଆଜି ସେ ଖୋଲାଖୋଲି ଗଣମାଧ୍ୟମରେ କହିଛନ୍ତି। ରାଜ୍ୟସଭା ସଦସ୍ୟ ହେବାରେ ମଜା ଅଲଗା ବୋଲି ସେ କହିଛନ୍ତି। ଯଦି ଦଳର ସଭାପତି ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରନ୍ତି, ତେବେ ସେ ମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ବୋଲି ମହାରଥୀ କହିଛନ୍ତି।

ଏହା ନିଶ୍ଚିତ ଯେ ମହାରଥୀଙ୍କୁ ରାଜ୍ୟସଭାକୁ ପଠାଯିବାର ଆଦୌ ସମ୍ଭାବନା ନାହିଁ। କାରଣ ସାଧାରଣ ନିର୍ବାଚନ ପୂର୍ବରୁ ଆଉ ଗୋଟିଏ ଉପନିର୍ବାଚନର ସାମ୍ନା କରିବାକୁ କେବେ ବି ବିଜେଡି ସୁପ୍ରିମୋ ଚାହିଁବେ ନାହିଁ। ତାହା ସତ୍ତ୍ୱେ ମହାରଥୀଙ୍କର ଏପରି ମନ୍ତବ୍ୟ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ମନ୍ତ୍ରୀ ପଦରୁ ମହାରଥୀ କାହିଁକି ମଜା ନେଇପାରୁ ନାହାନ୍ତି ଓ ସେଥିରେ ଖୁସି ନାହାନ୍ତି, ତାହା ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe