Maharudrabhishekam at Sri Rameshwara Temple Puja with 1008 hundred lotuses and 111111 bills Photograph: (sambad.in)
ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନୁଆଁପଡା ସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ପୂର୍ବ ବର୍ଷ ଭଳି ସୋମବାର ମଧ୍ଯ ମହାବିଦ୍ୟାଳୟ ପରିସରରେ ଶ୍ରୀ ରାମେଶ୍ଵର ମନ୍ଦିରଠାରେ ବିଶ୍ବ କଲ୍ୟାଣ ନିମନ୍ତେ ମହାରୁଦ୍ରାଭିଷେକ ପୂଜା ହୋଇ ଏଥିରେ ଏକଲକ୍ଷ ଏଗାର ହଜାର ଏକଶତ ଏଗାର ( ୧,୧୧,୧୧୧ )ସଂଖ୍ୟକ ବିଲ୍ବପତ୍ର ଓ (ଏକ ହଜାର ଆଠ)୧୦୦୮ ଶତଦଳ କମଳ ଦ୍ବାରା ପୂଜାର୍ଚ୍ଚନା କରାଯାଇଛି ।
ଅଧ୍ୟକ୍ଷ ଡଃ ରୋହିତ କୁମାର ଦାଶଙ୍କ ପୋରହିତ୍ୟରେ ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ତଥା ଶ୍ରଦ୍ଧାଳୁମାନଙ୍କ ଦ୍ବାରା ପୂଜନ କାର୍ଯ୍ୟକ୍ରମରେ ବେଦ ଅଧ୍ୟାପକ ତନୋଜ କୁମାର ମହାପାତ୍ର, ପଣ୍ଡିତ ସଞ୍ଜୀତ ଶତପଥି , ଅରୁଣ ଶତପଥି ସହଯୋଗ କରିଥିଲେ । ମହାମହୋତ୍ସବରେ ବହୁ ଶ୍ରଦ୍ଧାଳୁ ଯୋଗଦାନ କରି ବିଭୁକୃପା ଲାଭ କରିଛନ୍ତି ।
ମହୋତ୍ସବକୁ ଅଧ୍ୟାପକ ଅଭୟ କୁମାର ସାହୁ, ବୁଦ୍ଧଦେବ ପ୍ରଧାନ,ଡଃ ଉମାକାନ୍ତ ସାହୁ,ସତୀଶ କୁମାର ମହାପାତ୍ର,ଯଦୁମଣି ସାହୁ, ମାନସ ରଞ୍ଜନ ମହାପାତ୍ର,ରଘୁନାଥ ରାଉତ, ସନ୍ତୋଷ ରାଉଳ, ଡଃ ଲକ୍ଷ୍ମୀପ୍ରିୟା ସାହୁ,ମୁକ୍ତାଞ୍ଜଳି ନନ୍ଦ,ତଥା ଅଣଶିକ୍ଷକ କର୍ମଚାରୀ ନରୋତ୍ତମ ସାହୁ, ତ୍ରିପୁରା ମୋହନ ମାଝୀ, ମନୋଜ କୁମାର ସାହୁ, ଇନ୍ଦ୍ରମଣି ମାଝୀ, ଅଜିତ ପାତ୍ର, ପିପନ ସେଠୀ, ଶରତ ବେହେରା, ପ୍ରମୋଦ ମହାପାତ୍ର ତଥା ବିଶ୍ବ ସେବା ସଂଘ ଟ୍ରଷ୍ଟ ଦ୍ବାରା ପରିଚାଳିତ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ସହସ୍ରାଧିକ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା ।
Deogarh
Follow Us