ଉଠିଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ, ଶିବମନ୍ତ୍ରରେ କମ୍ପିଲା ଏକାମ୍ର କ୍ଷେତ୍ର

Advertisment
ଉଠିଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ, ଶିବମନ୍ତ୍ରରେ କମ୍ପିଲା ଏକାମ୍ର କ୍ଷେତ୍ର

ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା, ତାହା ହିଁ ହୋଇଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଏଥର ମଧ୍ୟ କୌଣସି କେଁ ଦେଖିବାକୁ ମିଳି ନାହିଁ। ଉପଯୁକ୍ତ ସମନ୍ଵୟ ଯୋଗୁଁ ରାତି ୯ଟା ୪୫ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି। ଏହା ପୂର୍ବରୁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ବେଢ଼ା ପରିକ୍ରମା କରାଯାଇଥିଲା। ସେହିପରି ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ଜାଳିଥିଲେ। ଏଥି ସହ ସମସ୍ତେ ମହାଦୀପକୁ ଅପେକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଭକ୍ତ ମୌନ ବ୍ରତ ରଖିଥିଲେ। ତେବେ ୧୫ ମିନିଟ୍‌ ପୂର୍ବରୁ ମହାଦୀପ ଉଠିଲା। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଆଜି ଏଭଳି ଏକ ପଦକ୍ଷେପକୁ ଅନେକ ଐତିହାସିକ ବୋଲି କହିଛନ୍ତି।

ସମଗ୍ର ଏକାମ୍ର କ୍ଷେତ୍ର ଆଜି ଲୋକାରଣ୍ୟ ହୋଇଥିଲା। ଗଗନ ପବନରେ ସଞ୍ଚରି ଯାଉଥିଲା ଶିବ ପଞ୍ଚାକ୍ଷରୀ। ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଲମ୍ବିଥିଲା ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି। ରାତି ୩ଟାରୁ ବିଳମ୍ବିତ ରାତି ଯାଏଁ ଲୋକାରଣ୍ୟ ପାଲଟିଥିଲା ଏକାମ୍ର କ୍ଷେତ୍ର। ପ୍ରଖର ତାତିରେ ପ୍ରଭୁଙ୍କ ଦର୍ଶନ ପାଇଁ ଖାଲି ପାଦରେ ଧାଡ଼ିବାନ୍ଧି ଘଣ୍ଟାଘଣ୍ଟା ଛିଡ଼ା ହୋଇ ଭକ୍ତିର ପରୀକ୍ଷା ଦେଉଥିଲେ ଶ୍ରଦ୍ଧାଳୁ। ପ୍ରଭୁଙ୍କୁ ଦର୍ଶନ ପରେ ଦୀପଜାଳି ମନର କଥାକୁ ବଖାଣୁଥିଲେ ଭକ୍ତବୃନ୍ଦ।

publive-image

ମହାଦୀପକୁ ପ୍ରତ୍ୟକ୍ଷ କରିବା ପାଇଁ ଲିଙ୍ଗରାଜ ମନ୍ଦିର ଚୂଡ଼ାରେ ଅଟକିଯାଇଥିଲା ଲକ୍ଷ ଲକ୍ଷ ଆଖି। ଶେଷରେ ସେଇ ବହୁ ପ୍ରତୀକ୍ଷିତ ସମୟ ଉପନୀତ ହୋଇଥିଲା। ରାତି ୧୦ଟାରେ ମହାଦୀପ ଉଠିବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲେ ହେଁ ଡେରି ହେବ ବୋଲି ଭକ୍ତମାନେ ଏକରକମ ଧରି ନେଇଥିଲେ। ମାତ୍ର ରାତି ୯ଟା ୪୫ ମିନିଟ୍‌ରେ ମହାଦୀପ ଉଠିଥିଲା। ମହାଦୀପ ଦର୍ଶନ ମାତ୍ରେ ହରିବୋଲ ହୁଳହୁଳିରେ ଉଚ୍ଛୁଳିଥିଲା ସମଗ୍ର ପରିବେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe