ଲକ୍ଷ୍ମୀପୁରରେ ଶାନ୍ତିଶୃଙ୍ଖଳାର ସହ ମହାଶିବରାତ୍ରୀ ପାଳିତ, ଶିବମନ୍ତ୍ରରେ କମ୍ପିଲା ବିଭିନ୍ନ ଶୈବପୀଠ

ଲକ୍ଷ୍ମୀପୁରରେ ଶାନ୍ତିଶୃଙ୍ଖଳାର ସହ ମହାଶିବରାତ୍ରୀ ପାଳିତ, ଶିବମନ୍ତ୍ରରେ କମ୍ପିଲା ବିଭିନ୍ନ ଶୈବପୀଠ

ଲକ୍ଷ୍ମୀପୁର : ମହାଶିବରାତ୍ରୀ ଉପଲକ୍ଷେ ଲକ୍ଷ୍ମୀପୁର ବ୍ଲକ ପୁରା ଚଳଚଚଂଳ ହୋଇ ଉଠିଥିବା ଦେଖିବାକୁ ମିଳିଥିଲା। ଶୈବ ପିଠ ଗୁଡିକରେ ରଙ୍ଗାରଙ୍ଗ ଲାଇଟ ମାଳକୁ ଭକ୍ତଙ୍କ ଭିଡ ମନ୍ଦିର ପରିସରଗୁଡିକ ଅତି ଆକର୍ଷଣୀୟ ଦିଶୁଥିଲା। ସ୍ଥାନୀୟ ବ୍ଲକସଦରରେ ଥିବା ଶୈବପୀଠ ସମେତ ଧରଡା, କୁଟୁଣିପଦର, ଆମ୍ବଳିଆମ୍ବଗୁଡା, କୁତୁକାଝୋଲା, ଘୋଡା ଟିକିରି, ଖଜୁରିପୁଟ ଭଳି ଶୈବପୀଠରେ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଏଥିସହ ରାତି ଅନେକ ଯାଏଁ ଭକ୍ତମାନେ ମହାଦ୍ଵୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଭକ୍ତଙ୍କ ଉଜାଗର ସକାଶେ ମନ୍ଦିର ପରିସର ଗୁଡିକରେ ଦେସିଆନାଟ ସାଙ୍ଗକୁ କିର୍ତନ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା। ଏନେଇ ସାରା ବ୍ଲକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ମନ୍ଦିର ମାନଙ୍କରେ ମହାଦୀପ ଉଠିବା ପର୍ଯ୍ୟନ୍ତ ମହିଳାମାନେ ଉଜାଗରରେ ରହି ସଂକିର୍ତନରେ ମସଗୁଲ୍ ଥିବା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀପୁର ଶିବ ମନ୍ଦିରରେ ଏହି ଅବସରରେ କୋରାପୁଟର କମେଡି ମେଲୋଡି ଟେଣ୍ଡେକା ମୁଦୁଲି ପରିବେଷଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe