ସାଧାରଣ ବଜେଟ୍ ଉପସ୍ଥାପନର ଶେଷରେ ମହାତ୍ମା ଗାନ୍ଧୀଙ୍କ ଉକ୍ତି ଓ ଗଙ୍ଗାଧର ମେହେରଙ୍କ କବିତା

Advertisment
ନୂତନ, ସଶକ୍ତ, ସମୃଦ୍ଧ, ସ୍ବାଭିମାନୀ ଓଡ଼ିଶା ଗଠନ ଦିଗରେ ଏହି ବଜେଟ୍: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ସାଧାରଣ ବଜେଟ୍ ଉପସ୍ଥାପନର ଶେଷରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧୃତ କରି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥି‌ଲେ, ‘କର୍ମଫଳ ନୁହେଁ ବରଂ କର୍ମ ହିଁ ଗୁରୁତ୍ବପୂର୍ଣ୍ଣ। ଆମେ ଉଚିତ କର୍ମ କରିବା ବାଞ୍ଛନୀୟ। ଏହା ଆମ ସାମର୍ଥ୍ୟ ଓ ସମୟ ମଧ୍ୟରେ ଫଳବତୀ ହୋଇ ନ ପାରେ। କିନ୍ତୁ ତାହା ଅର୍ଥ ନୁହେଁ ‌ଯେ, ଆମେ ସଠିକ କର୍ମ କରିବାରୁ ବିରତ ରହିବା।’ କୃଷି ବଜେଟ୍‌ ଉପସ୍ଥାପନର ଶେଷରେ ଅର୍ଥ ମନ୍ତ୍ରୀ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଏକ କବିତା ପାଠ କରିଥିଲେ। କୃଷି ଓ କୃ‌ଷକର ଜୟଗାନ କରାଯାଇଥିବା ଏହି କବିତାଟି ହେଲା, ‘ନ ଦିଅ ମାନବ କପାଳର ଦୋଷ, ପୂରିଅଛି ପୃଥିବୀ ଚଷି ପେଟ ପୋଷ;... କୃଷି କଲେ ଉନ୍ନତ ସକଳ ଉନ୍ନତି, କୃଷି ବିନା ନା କାନ୍ଥ ନା ପନ୍ଥା କାହିଁବା ଅନ୍ୟ ଗତି ହେ।’

ପାଣିପାଗ, ଲିଙ୍ଗ, ଶିଶୁ, ପୁଷ୍ଟି ବଜେଟ୍ ଆସିବ

ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ବଜେଟ୍ ଉପରେ ଘୋଷଣାନାମା ଦସ୍ତାବିତ ପ୍ରସ୍ତୁତ କରିସାରିଥିବା ରାଜ୍ୟ ସରକାର ଚାରିଟି ସ୍ବତନ୍ତ୍ର ବଜେଟ୍ ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ ଜାରି ରଖିଛନ୍ତି। ଜଳବାୟୁ ସମ୍ବନ୍ଧୀୟ ସରକାରୀ ଖର୍ଚ୍ଚର ଏକ ସଂକ୍ଷୀପ୍ତ ବିବରଣୀ ପ୍ରଦାନ କରିବା ଲାଗି ସରକାର ‘ପାଣିପାଗ ବଜେଟ୍‌’ ପ୍ରସ୍ତୁତି ଜାରି ରଖିଛନ୍ତି। ୟୁନି‌ସେଫ୍‌ ସହଯୋଗରେ ପୃଥକ ଭାବେ ଲିଙ୍ଗ ବଜେଟ୍‌, ଶିଶୁ ବଜେଟ୍ ଓ ପୁଷ୍ଟି ବଜେଟ୍ ପ୍ରସ୍ତୁତି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe