ମହେନ୍ଦ୍ର ମିଶ୍ର ପାଇବେ ୟୁନେସ୍କୋ ଆନ୍ତର୍ଜାତିକ ମାତୃଭାଷ ପୁରସ୍କାର

Advertisment
ମହେନ୍ଦ୍ର ମିଶ୍ର ପାଇବେ ୟୁନେସ୍କୋ ଆନ୍ତର୍ଜାତିକ ମାତୃଭାଷ ପୁରସ୍କାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲିର ମାତୃଭାଷାର ଉନ୍ନତି କଳ୍ପେ ଆଜୀବନ ସାଧନାରତା ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ୟୁନେସ୍କୋ ପକ୍ଷରୁ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର ୨୦୨୩ ପାଇଁ ମନୋନୀତ ହୋଇଛନ୍ତି । ଏହି ପୁରସ୍କାର ବାଂଲାଦେଶର ରାଜଧାନୀ ଢ଼ାକାରେ ଆନ୍ତର୍ଜାତିକ ମାତୃଭାଷା ପ୍ରତିଷ୍ଠାନ (ୟୁନେସ୍କୋ) ତରଫରୁ ଦିଆଯିବ। ଏହି ପୁରସ୍କାର ବାଂଙ୍ଗାଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଠାରୁ ଡ. ମିଶ୍ର ଚଳିତ ମାସ ୨୧ ତାରିଖ ଦିନ ଗ୍ରହଣ କରିବେ।

ପ୍ରକାଶ ଯେ ଡ. ମିଶ୍ର ଓଡ଼ିଶାରେ ଆଦିବାସୀ ଅଂଚଳରେ ବହୁଭାଷିକ ଶିକ୍ଷା କାର୍ଯ୍ୟକ୍ରମ ମୂଳଦୁଆ ପକାଇଥିଲେ। ଏହି କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ବହୁ ଭାଷୀଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିବା ମାର୍ଗଦର୍ଶନ କରିଥିଲେ। ଡ.ମିଶ୍ର ଭାଷା ଶିକ୍ଷା ବ୍ୟତୀତ ଆଦିବାସୀ ଲୋକ ସାହିତ୍ୟ ଓ ସଂସ୍କୃତି ଉପରେ ଜଣେ ଆନ୍ତର୍ଜାତିକ ଗବେଷକ। ତାଛଡା ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ରାଷ୍ଟ୍ରୀୟ ଭାଷା ପରାମର୍ଶ ଦାତା କମିଟିର ସଦସ୍ୟ ରହିଛନ୍ତି। ଡ. ମିଶ୍ର ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ସହିତ ମଧ୍ୟପ୍ରଦେଶ ସରକାରଙ୍କ ଠାରେ ବୀର ଶଙ୍କର ଶାହା, ରଘୁନାଥ ଶାହା, ଫିନଲାଣ୍ଡ ଦ୍ବାରା କାଲେବାଲା ସମ୍ମାନ ଦ୍ବାରା ସମ୍ମାନିତ ହୋଇଛନ୍ତି। ଡ. ମିଶ୍ର ନୂଆପଡ଼ା ଜିଲ୍ଲା ସିନାପାଲି ଗ୍ରାମର ସ୍ବର୍ଗତ ଅନନ୍ତରାମ ମିଶ୍ର ଓ ସ୍ବଗତ ଦେଦବତୀ ମିଶ୍ରଙ୍କ ବଡ଼ପୁତ୍ର ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe