ସମବାୟବିତ୍ ମହେନ୍ଦ୍ର ନାୟକ ଓଡ଼ିଶା ଫେଡେରସନ୍ ଅଫ୍ ଅର୍ବାନ କୋଅପରେଟିଭ ବ୍ୟାଙ୍କ ସଭାପତି

Advertisment
ସମବାୟବିତ୍ ମହେନ୍ଦ୍ର ନାୟକ ଓଡ଼ିଶା ଫେଡେରସନ୍ ଅଫ୍ ଅର୍ବାନ କୋଅପରେଟିଭ ବ୍ୟାଙ୍କ ସଭାପତି

କଟକ : ବିଶିଷ୍ଟ ସମବାୟବିତ୍‌ ମହେନ୍ଦ୍ର କୁମାର ନାୟକ ଦ୍ବିତୀୟ ଥର ପାଇଁ ଓଡ଼ିଶା ଫେଡେରେସନ୍‌ ଅଫ୍ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ୍‌ ଓ କ୍ରେଡିଟ୍ ସୋ‌ସାଇଟିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅତୀତରେ ଶ୍ରୀ ନ‌ାୟକ ନିର୍ଦ୍ଦେଶକ ଭାବେ ନୂଆଦିଲ୍ଲୀସ୍ଥିତ ନାଫେଡ୍‌ ଓ ଗୁଜୁରାଟର ଆନନ୍ଦଠାରେ ଥିବା ନ୍ୟାସନାଲ କୋପରେଟିଭ୍ ଡାଏରୀ ଫେଡେରେସନ୍ ଅଫ୍ ଇଣ୍ଡିଆରେ ସଫଳତାର ସହିତ କାର୍ଯ୍ୟ କରିଥିଲେ। ଓଡ଼ିଶାରେ ଥିବା ଅଏଲ୍‌ ଓଡ଼ିଶାର ଅଧ୍ୟକ୍ଷ ଭ‌ାବେ ଏବଂ ରାଜ୍ୟ ସମବାୟ ବ୍ୟାଙ୍କ୍‌ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ।

ଶ୍ରୀ ନାୟକ ପେସାରେ ଜଣେ ଆଇନଜୀବୀ। ସମବାୟ କ୍ଷେତ୍ରରେ ତାଙ୍କର ଦୀର୍ଘ ୪୫ ବର୍ଷର ଅଭିଜ୍ଞତା ରହିଛି। ସମବାୟ କ୍ଷେତ୍ରକୁ ତାଙ୍କର ଅବାଦନ ପାଇଁ ସେ ବହୁ ବାର ଜାତୀୟ ପୁରସ୍କାର ହାସଲ କରିଛନ୍ତି। ଶ୍ରୀ ନାୟକ ନୂଆଦିଲ୍ଲୀ ସ୍ଥିତ କ୍ରିଭ୍‌କୋ ଦ୍ବାରା ସହକାରିତା ଶିରୋମଣି ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି ନିର୍ବାଚନରେ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଦଳର ଯୁବନେତା ତଥା ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ସିଂହ ରହିଥିଲେ। ଏହି ନିର୍ବାଚନରେ ବିଜୟ ପାଇଁ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe