ଚାକିରି ଛାଡ଼ି ପ୍ରଚାରରେ ବାହାରିଲେ ମହେନ୍ଦ୍ର 

ଚାକିରି ଛାଡ଼ି ପ୍ରଚାରରେ ବାହାରିଲେ ମହେନ୍ଦ୍ର 

ବରଗଡ଼: ନୂଆପଡ଼ା ଡେପୁଟି କଲେକ୍ଟର ପଦରୁ ଇସ୍ତଫା ଦେବା ପରେ ମହେନ୍ଦ୍ର ବଢ଼େଇ ଗୁରୁବାର ନବୀନ ନିବାସରେ ବିଧିବଦ୍ଧ ଭ‌ାବେ ବିଜେଡିରେ ମିଶିଥିଲେ। ତାଙ୍କ ରାଜନୈତିକ କ୍ୟାରିଅର୍‌ ଆଗକୁ କେଉଁ ଦିଗକୁ ଯିବ, ତାହା ପରେ ଜଣାପଡ଼ିବ। ତେବେ ଶ୍ରୀ ବଢ଼େଇ କଲମ ଛାଡ଼ି ମାଇକ୍‌ ଧରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

ପଦ୍ମପୁର ବ୍ଲକ୍‌ ଜିଲ୍ଲା ପରିଷଦ ଜୋନ-୨ର ଜମଲା, ଫଲ୍‌ସାପାଲି, ସର୍ଗିପାଲି, ଜ୍ଞାନ ଓ ମେଲଛାମୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ନିର୍ବାଚନୀ ସଭା ହୋଇଛି। ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଉପସ୍ଥିତ ରହି ବିଜେଡିର ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ରଖି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ନିବେଦନ କରିଥିଲେ। ଏହି ଅବସରରେ ଶ୍ରୀ ବଢ଼େଇ ଦଳୀୟ ପ୍ରାର୍ଥିନୀ ବର୍ଷାଙ୍କୁ ନିଜ ଝିଅ ବୋଲି ସମ୍ବୋଧନ କରିଥିଲେ। ପ୍ରଚାର ସଭାରେ ବରଗଡ଼  ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ,  ସଂଗ୍ରାମ ପାଇକରାୟ, ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ରାଜ୍ୟ ଯୁଗ୍ମ ସମ୍ପାଦକ ସଂଜିତ ମହାନ୍ତି, ଶିଶିର ପରିଜା, ରୋମାଞ୍ଚ ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe