ଗଜପତି ଜିଲ୍ଲାରେ କ‌ରୋନା ଆତଙ୍କ : ମହେନ୍ଦ୍ରଗିରି ପ୍ରବେଶ ପଥ ସିଲ୍

Advertisment
ଗଜପତି ଜିଲ୍ଲାରେ କ‌ରୋନା ଆତଙ୍କ : ମହେନ୍ଦ୍ରଗିରି ପ୍ରବେଶ ପଥ ସିଲ୍

ପାରଳାଖେମୁଣ୍ଡି : ସାରା ଦୁନିଆରେ କରୋନା ଭୂତାଣୁ ସ˚କ୍ରମଣ ନେଇ ଆତଙ୍କ ଖେଳି ଯାଇଥିବା ବେଳେ ଦେଶରେ ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପ୍ରବେଶ ପଥକୁ ଜ˚ଗଲ ବିଭାଗ ପକ୍ଷରୁ ସ˚ପୂର୍ଣ୍ଣ ସିଲ୍ କରାଯାଇଛି। ଆନ୍ଧ୍ର-ଓଡ଼ିଶାର ବହୁ ଲୋକ ଅନଧିକାର ଭାବେ ଏଠାରେ ପ୍ରବେଶ କରୁଥିବା ନେଇ ଜିଲ୍ଲାପାଳ ଅନୁପମ ଶାହାଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏସିଏଫ୍‌ ଗୈାରୀ ପ୍ରସାଦ ରଥଙ୍କ ତତ୍ତ୍ବାବଧାନରେ ସେଇ ଅଞ୍ଚଳକୁ ଯାଇ ପ୍ରବେଶ ପଥକୁ ବନ୍ଦ କରାଯାଇଥିବା ବେଳେ ଦୁଇ ଜଣ ଜ˚ଗଲ ବିଭାଗ କର୍ମଚାରୀ ସେଠାରେ ଜଗି ରହିଛନ୍ତି। ସେହି ରାସ୍ତା ଦେଇ ବୁଧୁବାର ଦିନଠାରୁ ଆଉ କାହାରିକୁ ଛଡ଼ାଯାଉ ନଥିବା କୁହାଯାଇଛି।

ମହେନ୍ଦ୍ରଗିରି ଶିଖରକୁ ଯିବା ପାଇଁ କୈାଣସି ପକ୍କା ରାସ୍ତା ନଥିଲା। ତେବେ, ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ନିକଟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସ˚ସ୍ଥା ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିତିଦିନିଆ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ମହେନ୍ଦ୍ରଗିରି ପାଦଦେଶ ବୁରୁଖତଠାରୁ ମହେନ୍ଦ୍ରଗିରି ଶିଖର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି। ଏହାର ସୁଯୋଗ ନେଇ ଗତ କିଛି ଦିନ ହେଲା ଆନ୍ଧ୍ରର ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଅଞ୍ଚଳର କିଛି ଲୋକ ନିୟମିତ ଆସି ବଣ ଭୋଜି କରି ଭିଡ଼ ଜମାଉଥିବା ଏବ˚ ଅନଧିକାର ପ୍ରବେଶ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଗଜପତି ଜିଲ୍ଲାପାଳ ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ବର୍ତମାନ ପାଇଁ ମହେନ୍ଦ୍ରଗିରିର ପ୍ରବେଶ ପଥକୁ ସିଲ୍ କରିବା ସହ ଉପରକୁ କାହାରିକୁ ନ ଛାଡ଼ିବା ପାଇଁ ଜ˚ଗଲ ବିଭାଗକୁ ନିର୍ଦେଶ ଦେଇଥିଲେ। ଏହା ପରେ ଏସିଏଫ୍‌ ଶ୍ରୀ ରଥ ପ୍ରବେଶ ପଥକୁ ସିଲ୍ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe