ମୁହଁ ଖୋଲିଲେ ମହେଶ: ଦଳ ଉପରେ ଭରସା ଅଛି

Advertisment

ଏପର୍ଯ୍ୟନ୍ତ ବିଧ‌ାୟକ ପ୍ରାର୍ଥୀ ବଦଳାଇନି ବିଜେଡି, ଅନୁଗୁଳ ଓ ହିନ୍ଦୋଳରେ ପ୍ରାର୍ଥୀ ଘୋଷଣା ହୋଇନି

ଏପର୍ଯ୍ୟନ୍ତ ବିଧ‌ାୟକ ପ୍ରାର୍ଥୀ ବଦଳାଇନି ବିଜେଡି, ଅନୁଗୁଳ ଓ ହିନ୍ଦୋଳରେ ପ୍ରାର୍ଥୀ ଘୋଷଣା ହୋଇନି

ମୁହଁ ଖୋଲିଲେ ମହେଶ: ଦଳ ଉପରେ ଭରସା ଅଛି

ପାଳଲହଡ଼ା: ବିଜେଡି ଚାରି ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରି ସାରିଲାଣି। ଆଉ ଦିନେ ଦୁଇଦିନ ଭିତରେ ବାକି ଆସନ ପାଇଁ ବି ଘୋଷଣା ସରିଯିବ। କିନ୍ତୁ ଏହି ଚାରି ପର୍ଯ୍ୟାୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ ସ୍ଥାନ ପାଇନାହାନ୍ତି। ମହେଶଙ୍କ ବଦଳରେ ଯୁବ ଡାକ୍ତର ଅବିନାଶ ସାମଲଙ୍କୁ ଦଳ ଢେଙ୍କାନାଳରୁ ସାଂସଦ ପ୍ରାର୍ଥୀ କରିଛି। ହେଲେ ମହେଶଙ୍କୁ ଥଇଥାନ କରାଯାଇ ନାହିଁ। ଏହି ସଂସଦୀୟ କ୍ଷେତ୍ରରୁ ଆଉ ମାତ୍ର ଦୁଇଟି ଆସନ ପ‌ାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବାକୁ ଥିବାବେଳେ ଦଳ ଉପରେ ଭରସା ଥିବା କହିଛନ୍ତି ମହେଶ ସାହୁ।

ଟିକେଟ୍‌ ଘୋଷଣା ନେଇ ଏବେ ବି ଦ୍ବନ୍ଦ୍ବ ଜାରି ରହିଛି। ଏହାକୁ ନେଇ ଗଣମାଧ୍ୟମରେ ମୁହଁ ଖୋଲୁ ନଥିଲେ ମହେଶ। ଯାହାକୁ ନେଇ ଅନେକ ଚର୍ଚ୍ଚା, ଆଲୋଚନା ହେଉଥିଲା। ତେବେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କ ପାଖରେ ପହଞ୍ଚିଛନ୍ତି। ଗଲା ୫ବର୍ଷରେ ସଂସଦରେ ସ୍ଥାନୀୟ ସମସ୍ୟା କଥା ଉଠାଇଛନ୍ତି। ଦୀର୍ଘବର୍ଷର ରାଜନୀତି ଜୀବନରେ ତାଳଚେର, ପାଳଲହଡ଼ା ଓ ଢେଙ୍କାନାଳରେ ଲୋକସମ୍ପର୍କ ଯୋଡ଼ିବାରେ ସେ ଏକ ନମ୍ବରରେ ରହିଛନ୍ତି। ତେଣୁ ଦଳ ସଭାପତି ତାଙ୍କ ପାଇଁ ନିହାତି କିଛି ଚିନ୍ତା କରିଥିବେ। ତେବେ ବିଜେଡି ଏଯାଏଁ ମହେଶଙ୍କୁ ‌ଯୋଗାଯୋଗ କରିଛି କି ନାହିଁ? ଆଲୋଚନା ହୋଇଥିଲେ କ’ଣ ପ୍ରତିଶ୍ରୁତି ଦିଆଯାଇଛି? ଏ ସମ୍ପର୍କରେ ସେ କିଛି କହିନାହାନ୍ତି।

ସେପଟେ ଅନୁଗୁଳ ଜିଲ୍ଲାର ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଆସନ ପାଇଁ ଏପର୍ଯ୍ୟନ୍ତ ବିଜେଡି କାର୍ଡ ଖୋଲିନି। ହିନ୍ଦୋଳ ସଂରକ୍ଷିତ ଆସନ ହୋଇଥିବାରୁ ସେଠାରେ ମହେଶଙ୍କୁ ଥଇଥ‌ାନ କରାଯାଇପାରେ ବୋଲି ଆଲୋଚନା ହେଉଛି। ସେହିପରି ଅନୁଗୁଳ ଆସନ ପାଇଁ ବିଜେଡି ଏହି ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ରହିଥିବା ତାଙ୍କ ସମର୍ଥକ କହୁଛନ୍ତି। ପୂର୍ବରୁ ତାଳଚେରରେ ମହେଶଙ୍କୁ ନେଇ ଚର୍ଚ୍ଚା ହେଉଥିଲେ ବି ସେଠାରେ ଦଳ ପୁଣି ବ୍ରଜକିଶୋର ପ୍ରଧାନଙ୍କୁ ମଇଦାନକୁ ଛ‌ାଡ଼ିଛି। ଏପରିକି ଅନୁଗୁଳ ଓ ଢେଙ୍କାନାଳ ଦୁଇଟି ଯାକ ଜିଲ୍ଲାର ଘୋଷିତ ସମସ୍ତ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଅପରିବର୍ତ୍ତିତ ରଖିଛି। ତେଣୁ ମହେଶଙ୍କ ପ୍ରାର୍ଥିତ୍ବ ନେଇ ସଂଶୟ ସୃଷ୍ଟି ହୋଇଛି। ଯଦି ଅନୁଗୁଳ ଓ ହିନ୍ଦୋଳରେ ବିଜେଡି ପ୍ରାର୍ଥୀ ନ ବଦଳାଏ ତେବେ ଏହି ବରିଷ୍ଠ ନେତା କ’ଣ କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe