ରୁଚିକା ଆତ୍ମହତ୍ୟା: ବିଜେବି କଲେଜରେ ମହିଳା କମିସନ୍‌ରଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌, ପଚରାଉଚରା ଜାରି

Advertisment

ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରୁଚିକା ଆତ୍ମହତ୍ୟା: ବିଜେବି କଲେଜରେ ମହିଳା କମିସନ୍‌ରଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌, ପଚରାଉଚରା ଜାରି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବିଜେବି ସ୍ବୟଂଶାସିତ (ବକ୍ସି ଜଗବନ୍ଧୁ ବିଦ୍ୟାଧର) କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ରାଜ୍ୟ ମହିଳା କମିସନ୍‌ ଅବଗତ ହୋଇଛନ୍ତି। ଆଜି ମହିଳା କମିସନ୍‌ରଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ ଘଟଣାର ତଦନ୍ତ ପାଇଁ ବିଜେବି କଲେଜକୁ ଯାଇ ପଚରାଉଚରା କରିଛନ୍ତି। ମହିଳା କମିସନର ମିନତି ବେହେରାଙ୍କ ସମେତ ସହାୟକ ଅଧିକାରୀ ସସ୍ମିତା ଦାସ ଓ ଦେବାଶିଷ ମହାନ୍ତି କଲେଜକୁ ଯାଇ ହଷ୍ଟେଲର ସବୁ କର୍ମକର୍ତ୍ତା ଓ ଛାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

କମିସନ ଶ୍ରୀମତୀ ବେହେରା କହିଛନ୍ତି, ପ୍ରାରମ୍ଭିକ ତଦନ୍ତ ଶେଷ କରି ଫେରିଛୁ। ଏଭଳି ଘଟଣା ଦୁଃଖଦାୟକ। ପ୍ରାରମ୍ଭିକ ଭାବେ ଏ ଘଟଣା ସଂକ୍ରାନ୍ତୀୟ ଖବର ବୁଝିଛୁ। ଆଗକୁ ମଧ୍ୟ ଅନୁସନ୍ଧାନ ଜାରି ରହିବ। ତଦନ୍ତ ପ୍ରକ୍ରିୟା ମଧ୍ୟରେ ଘଟଣା ଥିବାରୁ, ଏ ନେଇ ସରକାରଙ୍କୁ ଅବଗତ କରାଯିବ।

ସୂଚନାଯୋଗ୍ୟ, ଗତକାଲି ରୁଚିକା ମହାନ୍ତିଙ୍କ ମୃତଦେହ ହଷ୍ଟେଲ ଭିତରୁ ଉଦ୍ଧାର ହୋଇଥିଲା। ଏହା ପରେ ରୁଚିକା ଲେଖିଥିବା ହାତଲେଖା ଚିଠି ମିଳିଥିଲା। ରୁଚିକାଙ୍କ ବାପା ବଡ଼ଗଡ଼ ଥାନାରେ କଲେଜ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି। ରୁଚିକାଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି। ସେହିଭଳି ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ତେବେ ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ବିଭିନ୍ନ ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇଛି। ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରୁଚିକା ମହାନ୍ତିଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ ବିରୋଧରେ ଛାତ୍ରଛାତ୍ରୀମାନେ  ନାରା ବାଜି କରିଛନ୍ତି। ସେହିପରି ଆତ୍ମହତ୍ୟା ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe