୨୦୧୩ ଗୁଳିମାଡ଼ ଘଟଣା : ମହିମା ମିଶ୍ରଙ୍କ ଜାମିନ ଶୁଣାଣି ୧୫ରେ

Advertisment
୨୦୧୩ ଗୁଳିମାଡ଼ ଘଟଣା : ମହିମା ମିଶ୍ରଙ୍କ ଜାମିନ ଶୁଣାଣି ୧୫ରେ

କଟକ : ୨୦୧୩ ମସିହାରେ ଖାନ୍‌ନଗର ମଣିମନ୍ଦିର ନିକଟରେ ଘଟିଥିବା ଗୁଳିମାଡ଼ ଘଟଣାରେ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ (ଓଏସ୍‌ଏଲ୍‌)ର ମୁଖ୍ୟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ଜାନୁଆରି ୧୫ରେ ହେବ। ତଦନ୍ତର ସାନି ସ୍ଥିତି ଓ କେସ୍‌ ଡାଏରି ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ କରାଯିବ। ଡକ୍ଟର ଜଷ୍ଟିସ ଡି.ପି. ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ମିଶ୍ରଙ୍କ ଆବେଦନର ଶୁଣାଣି ଚାଲିଛି। ପୂର୍ବରୁ ଏହି ମାମଲାରେ ୨୦୧୭, ଜୁନ୍‌ ୨୦ରେ ହାଇକୋର୍ଟ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଶ୍ରୀ ମିଶ୍ର ଦ୍ୱିତୀୟ ଥର ପାଇଁ ଜାମିନ ଆବେଦନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ମଧୁପାଟଣା ଥାନା ଅନ୍ତର୍ଗତ ଖାନ୍‌ନଗର ମଣିମନ୍ଦିର ନିକଟରେ ୨୦୧୩, ସେପ୍ଟେମ୍ବର ୨୧ରେ ଆଇନଜୀବୀ ଅଭୟ ଭଟ୍ଟଙ୍କୁ କେତେକ ବ୍ୟକ୍ତି ଗୁଳିମାଡ କରିବା ସହିତ ବୋମା ଫିଙ୍ଗିଥିଲେ । ଏହି ଘଟଣାକୁ ନେଇ ମଧୁପାଟଣା ଥାନାରେ ସେତେବେଳେ ଏତଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe