ଆତ୍ମ ସମର୍ପଣ କରି ଜେଲ ଗଲେ ମହିମା ମିଶ୍ର

Advertisment
ଆତ୍ମ ସମର୍ପଣ କରି ଜେଲ ଗଲେ ମହିମା ମିଶ୍ର

ଜଗତସିଂହପୁର/କୁଜଙ୍ଗ : ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ପୁଣି ଜେଲ୍‌ ଯିିବାକୁ ପଡ଼ିଛି। ସିେଓ୍ଵଜ୍‌ କମ୍ପାନି ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା ମାମଲାରେ ହାଇକୋର୍ଟରୁ ମହିମାଙ୍କୁ ମିଳିଥିବା ଜାମିନ ସୁପ୍ରିମକୋର୍ଟରେ ଖାରଜ ହୋଇଯିବା ପରେ ଆଜି ସେ କୁଜଙ୍ଗ ଅଦାଲତରେ ଆତ୍ମ ସମର୍ପଣ କରିଥିଲେ। ସେଠାରୁ ତାଙ୍କୁ କୁଜଙ୍ଗ ସବଜେଲ୍‌କୁ ପଠାଇ ଦିଆଯାଇଛି।

ମହିମା ଆଜି ସକାଳେ କୁଜଙ୍ଗର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ଆତ୍ମ ସମର୍ପଣ କରିଥିଲେ। ପୂର୍ବାହ୍ନ ୧୦ଟା ୩୦ ସମୟରେ ମହିମା ମାଜିଷ୍ଟ୍ରେଟଙ୍କ ନିକଟରେ ଆତ୍ମ ସମର୍ପଣ କରିବା ପରେ ଅଦାଲତ ତାଙ୍କୁ ସମାଗୋଳସ୍ଥିତ କୁଜଙ୍ଗ ସବଜେଲ୍‌କୁ ପଠାଇ ଦେଇଥିଲେ । ନିଜ ଗାଡ଼ିରେ ଆସିଥିବା ମହିମା କୋର୍ଟରୁ ବାହାରିବା ପରେ ଚୁପ୍‌ଚାପ୍‌ ପୁଲିସ ଗାଡ଼ିରେ ବସି ଜେଲ୍‌କୁ ଯାଇଥିଲେ। କୋର୍ଟ ଫାଟକ ନିକଟରେ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସେ କିଛି ପ୍ରତିକ୍ରିୟା ଦେଇ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe