‘କାହ୍ନାକୁଣ୍ଡ’ର ‌ସୌନ୍ଦର୍ଯ୍ୟରେ ମହିନ୍ଦ୍ରା ବିମୋହିତ

Advertisment

ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ୍‌ରେ ଥିବା ବଣଭୋଜି ସ୍ଥଳ କାହ୍ନାକୁଣ୍ଡର ସୌନ୍ଦର୍ଯ୍ୟ ଦେଶର ଅନ୍ୟତମ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଦୃଷ୍ଟି ଆକର୍ଷଣ କରିଛି। ତାହାକୁ ପ୍ରଥମେ ଏକ ଜାତୀୟ ପର୍ଯ୍ୟଟନ ସ୍ଥଳ ଓ ପରେ ଏକ ବିଶ୍ବସ୍ତରୀୟ ହଟ୍‌ସ୍ପଟ୍ କରିବା....

ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ୍‌ରେ ଥିବା ବଣଭୋଜି ସ୍ଥଳ କାହ୍ନାକୁଣ୍ଡର ସୌନ୍ଦର୍ଯ୍ୟ ଦେଶର ଅନ୍ୟତମ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଦୃଷ୍ଟି ଆକର୍ଷଣ କରିଛି। ତାହାକୁ ପ୍ରଥମେ ଏକ ଜାତୀୟ ପର୍ଯ୍ୟଟନ ସ୍ଥଳ ଓ ପରେ ଏକ ବିଶ୍ବସ୍ତରୀୟ ହଟ୍‌ସ୍ପଟ୍ କରିବା....

ddaade

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ୍‌ରେ ଥିବା ବଣଭୋଜି ସ୍ଥଳ କାହ୍ନାକୁଣ୍ଡର ସୌନ୍ଦର୍ଯ୍ୟ ଦେଶର ଅନ୍ୟତମ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଦୃଷ୍ଟି ଆକର୍ଷଣ କରିଛି। ତାହାକୁ ପ୍ରଥମେ ଏକ ଜାତୀୟ ପର୍ଯ୍ୟଟନ ସ୍ଥଳ ଓ ପରେ ଏକ ବିଶ୍ବସ୍ତରୀୟ ହଟ୍‌ସ୍ପଟ୍ କରିବା ଲାଗି ଆମକୁ କ’ଣ କରିବାକୁ ହେବ ବୋଲି ସେ ଓଡ଼ିଶାର ପର୍ଯ୍ୟଟନ ବିଭାଗକୁ ପ୍ରଶ୍ନ କରିଛନ୍ତି। 

ଆରାୟାଂଶ ନାମକ ଜଣେ ଯୁବକ ସୋସିଆଲ୍ ମିଡିଆ ‘ଏକ୍ସ’ରେ କାହ୍ନାକୁଣ୍ଡର କିଛି ଫଟୋ ପୋଷ୍ଟ କରିଛନ୍ତି ଯାହା ବେଶ୍ ଚମତ୍କାର ଦେଖାଯାଉଛି। ‌ସେହି ଫଟୋକୁ ସେ ଓଡ଼ିଶାର ଗ୍ରାଣ୍ଡ୍‌ କେନ୍ୟନ୍ ବୋଲି ଦର୍ଶାଇଛନ୍ତି। ‌କାହ୍ନାକୁଣ୍ଡରେ ଗ୍ରାନାଇଟ୍‌ ଶଯ୍ୟା ଉପରେ ସ୍ବଚ୍ଛ ନୀଳ ରଙ୍ଗର ପାଣି ପ୍ରବାହିତ ହେଉଛି। ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏହା କିଭଳି ସ୍ଥାନ ପାଇନାହିଁ, ତାହାକୁ ନେଇ ଆରାୟାଂଶ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଆରାୟାଂଶଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ମହିନ୍ଦ୍ରା କହିଛନ୍ତି ଯେ ଏହାକୁ ଗ୍ରାଣ୍ଡ୍‌ କେନ୍ୟନ୍‌ ସହ ତୁଳନା କରିବାର କୌଣସି ଆବଶ୍ୟକତା ନାହିଁ। ଏହା ନିଜ ଅନୁସାରେ ବେଶ୍‌ ସ୍ବତନ୍ତ୍ର। ତେବେ ପୋଷ୍ଟଗୁଡ଼ିକ ଫଟୋସପ୍ ହୋଇଛି କି ନାହିଁ, ତାହା ସେ ନିଶ୍ଚିତ ନ ଥିବା କହିଛନ୍ତି। ଯଦିବି ହୋଇଥିବ ଚଳିବ ବୋଲି ସେ ‌କହିଛନ୍ତି। କାହ୍ନାକୁଣ୍ଡକୁ ସେ ଚମତ୍କାର ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe