୭୪ କ୍ବିଣ୍ଟାଲ ମହୁଲ ଫୁଲ ସହ ୨ ବଲେରୋ ଜବତ: ୩ ଗିରଫ

Advertisment
୭୪ କ୍ବିଣ୍ଟାଲ ମହୁଲ ଫୁଲ ସହ ୨ ବଲେରୋ ଜବତ: ୩ ଗିରଫ

ପଦ୍ମପୁର : ପଦ୍ମପୁର ଉପଖଣ୍ତର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଚୋରା ଚାଲାଣ ଓ ବେଆଇନ ଭାବେ ଗଚ୍ଛିତ ଥିବା ମହୁଲଫୁଲକୁ ଜବତ କରାଯାଇଛି। ୨ ବଲେରୋ ସହ ଏଥିରେ ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରାଯାଇଛି।

publive-image

ବୁକୁରାମୁଣ୍ତା ଗ୍ରାମର ସୁଶାନ୍ତ ବାରିକ (ଓଡି୧୭ ଜେ ୪୪୫୪) ବଲେରୋ ପିକଅପ୍‌ରେ ୨୪ କ୍ବିଣ୍ଟାଲ ମହୁଲ ଫୁଲ ଚାଲାଣ କରୁଥିବା ବେଳେ ଅବକାରୀ ଅଧିକାରୀଙ୍କ ହାତରେ ଧରାପଡିଥିଲେ। ସେହିପରି ବାଦିମାଲ ଗ୍ରାମର କେଶବ ନାଗ (ଓଡି୧୭ ଏସ ୬୨୬୬) ବଲେରୋ ପିକ୍‌ଅପ୍‌ରେ ୧୮ କ୍ବିଣ୍ଟାଲ ମହୁଲଫୁଲ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ଭାଲୁଡୁଂଗୁରୀ ଗ୍ରାମର ମୁରଲୀ ମେହେର ବେଆଇନ ଭାବରେ ୩୨ କ୍ବିଣ୍ଟାଲ ମହୁଲଫୁଲ ଗଚ୍ଛିତ ରଖିଥିବାରୁ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲେ। ସମୁଦାୟ ୭୪ କ୍ବିଣ୍ଟାଲ ମହୁଲଫୁଲ ଓ ୨ଟି ବଲେରୋ ଜବତ ହୋଇଥିବା ବେଳେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ପଦ୍ମପୁର ଅବକାରୀ ଇନ୍ସପେକ୍ଟର କୁବେର ସେଠୀଙ୍କ ତତ୍ତ୍ବାବଧାନରେ ଏହି ଚଢ଼ଉରେ ଇନ୍ସପେକ୍ଟର ହେମକାନ୍ତ ସୁନା, ଏଏସ୍‌ଆଇ ରାଜକୁମାର ବେହେରା, କେଶବ ବେହେରା, ବିନୋଦ ତିର୍କୀ, ପ୍ରଶାନ୍ତ ବାଗ, ନମୋବତୀ ମଲ୍ଲିକ, ପ୍ରାମାନନ୍ଦ ବିଶ୍ବାଳ, ଅମିତ ଦୀପ, ସୁବାଷିନୀ ଭୋଇ, ରାକେଶ ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe