ଘର ପିଣ୍ଢାରେ ଚାଲିଛି ମହୁଲପାଲି ଅଙ୍ଗନବାଡ଼ି କେନ୍ଦ୍ର

Advertisment
ରାଜଧାନୀ ଅଙ୍ଗନବାଡ଼ିର ବିକଳ ଚିତ୍ର: ରାସ୍ତାକଡ଼ରେ ମଳତ୍ୟାଗ, କର୍ମୀ ଲଗାଉଛନ୍ତି ଫ୍ୟାନ୍‌, ଲାଇଟ୍‌

ପଦ୍ମପୁର : ସରକାର ଶିଶୁମାନଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଯୋଜନା ସେମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଫଳରେ କୋମଳମତି ଶିଶୁମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି।

ସରକାର ଅଙ୍ଗନୱାଡ଼ି କେନ୍ଦ୍ର ଖୋଲି ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ସହ ଶାରୀରିକ ଓ ମାନସିକ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି। ହେଲେ ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ନିଜସ୍ବ ଘରପିଣ୍ଢାରେ ଶିଶୁମାନଙ୍କ ପାଠପଢ଼ା ଚାଲିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜବୋରାସମ୍ବର ବ୍ଲକ୍‌ ମହୁଲପାଲି ଅଙ୍ଗନୱାଡ଼ି କେନ୍ଦ୍ରରେ। ନିଜସ୍ବ ଘରପିଣ୍ଢାରେ ଚାଲିଥିବା ଏହି କେନ୍ଦ୍ରରେ ୪ଠ ଜଣ ଶିଶୁ ପାଠ ପଢ଼ୁଛନ୍ତି। ଏନେଇ ଅଙ୍ଗନୱାଡି କର୍ମୀ ମୁକ୍ତାଦେଇ ରଣା ଉଚ୍ଚ ଅଧିକାରୀଙ୍କଠାରେ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏ ପର୍ଯ୍ୟସ୍ତ କୌଣସି ପଦକ୍ଷେପ ନେଉନାହାନ୍ତି। ତୁରନ୍ତ ଅଙ୍ଗନୱାଡ଼ି ଘର ନିର୍ମାଣ କରିବା ପାଇଁ ସେ ପ୍ରଶାସନଠାରେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe