ଦେବଗଡ଼ : ମହୁଲି ମଦ ଓ ପୋଚ ଜବତ, ୪ ଗିରଫ

Advertisment
ଦେବଗଡ଼ : ମହୁଲି ମଦ ଓ ପୋଚ ଜବତ, ୪ ଗିରଫ

ଦେବଗଡ଼ : ଅବକାରୀ ବିଭାଗ ପକ୍ଷରୁ ଆଜି ଦେବଗଡ଼ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ୪୦ ଲିଟର ମହୁଲି ମଦ, ୧୬୦ କେଜି ମହୁଲ ପୋଚ ଜବତ କରାଯିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ବରେ ସଦଳବଳେ ଜିଲ୍ଲାର ଦେବଗଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଉଟୁଣିଆମୁଣ୍ଡା ଗ୍ରାମର ପୁରୀ ଦେହୁରୀଙ୍କ ନିକଟରୁ ୨୦ ଲିଟର ଦେଶୀ ମଦ ଏବଂ ୧୬୦ ‌କେଜି ପୋଚ ଜବତ କରାଯାଇଛି। ସେହି ଗ୍ରାମର ଦ୍ବାରି କିଷାନଙ୍କ ନିକଟରୁ ୫ ଲିଟର ମହୁଲି ମଦ ଜବତ କରାଯାଇଥିବାବ‌େଳେ କାଲକାଠ ଗ୍ରାମର ସରୋଜ କିଷାନଙ୍କ ନିକଟରୁ ୧୦ ଲିଟର ମହୁଲି ମଦ ଏବଂ ତୁସୁଳା ଗ୍ରାମର ଦେବ ମୁଣ୍ଡାଙ୍କ ନିକଟରୁ ୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ବିଭାଗ ପକ୍ଷରୁ ପୃଥକ ପୃଥକ ମାମଲା ରୁଜୁ କରାଯାଇ ୪ଜଣକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଚଢ଼ଉରେ ଉପନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ସମତେ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe