ଗୋଟିଏ ଦିନରେ ୧୦ ଓଡ଼ିଆ ଚଳଚ୍ଚିତ୍ରର ମହୁରତ

ଗୋଟିଏ ଦିନରେ ୧୦ ଓଡ଼ିଆ ଚଳଚ୍ଚିତ୍ରର ମହୁରତ

ଭୁବନେଶ୍ବର : ଗୁରୁ କେଳଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ୧୦ ଟି ଓଡ଼ିଆ ଚଳଚ୍ଚିତ୍ରର ମହୁତର ହୋଇଯାଇଛି। କରୋନା ପରେ ପ୍ରଥମ ଥର ଏକାଧିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରଯୋଜନା ସଂସ୍ଥା ମୁନ୍‌ ଟିଭି ମୁଭିଜ୍ ଏପରି ପଦକ୍ଷେପ ନେଇଛି। ଏହାର ପ୍ରଯୋଜନା କରୁଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ। ଉପଦେଷ୍ଟା ଦାୟିତ୍ବ ନେଇଛନ୍ତି କଲ୍ୟାଣ ବାରିକ। ଚିତ୍ରନାଟ୍ୟ ପ୍ରସ୍ତୁତି‌ ସହିତ ସଂଳାପ ଲେଖିବେ ଡ. ରଜନୀ ରଂଜନ।

ଫିଲ୍ମ ଗୁଡ଼ିକ ହେଲା ତୁ ଚଗଲି ମୁଁ ଚଗଲା, ଆସିବ ବର ତୋର, ତୁ ସେଇ ନୀଳନୟନା, ତତେ ଷୋହଳକୁ ‌ମତେ ସତର, ସନମ ତୁ ସୁହାନା, ସଲାମ ଭୁବନେଶ୍ବର, ଲଭ୍ ୪୨୦, ତୁ ମୋ ଦିୱାନୀ ମୁଁ ତୋ ଦିୱାନା, ଗୁଡ଼ମର୍ଣ୍ଣିଂ, ହିରାଲାଲ୍ ମୋତିଲାଲ୍ ଓ ଲଭ୍ ଫିଭର୍। ବ୍ୟବସାୟିକ ଦୃଷ୍ଟିରୁ ଏହି ଚଳଚ୍ଚିତ୍ରଗୁଡ଼ିକ ନିର୍ମାଣ କରାଯାଉଥିଲା ବେଳେ ଓଲିଉଡ ପାଇଁ ଏହା କେତେ ମନୋରଂଜନଭିତ୍ତିକ ଓ ପ୍ରଯୋଜନା ସଂସ୍ଥା ପାଇଁ କେତେ ଲାଭଦାୟକ ହେବ ତାହା ଆଗାମି ଦିନରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe