ମହାରାଷ୍ଟ୍ର ମହାବଳ ପାଇଁ ମଇଁଷି ଥୋପ

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଙ୍ଗପୁର ବନାଞ୍ଚଳର ମାଳତି ପାହାଡ଼ ଇଲାକାରେ ମହାରାଷ୍ଟ୍ର ମହାବଳ ବାଘ ୪ ଦିନ ହେଲା ଗତିବିଧି ଜାରି ରଖିଛି। ତେବେ ବନ ବିଭାଗ ଏଯାବତ୍ ତା’ର ସୁରାକ୍ ପାଇପାରୁନି।

ssfsffs

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଙ୍ଗପୁର ବନାଞ୍ଚଳର ମାଳତି ପାହାଡ଼ ଇଲାକାରେ ମହାରାଷ୍ଟ୍ର ମହାବଳ ବାଘ ୪ ଦିନ ହେଲା ଗତିବିଧି ଜାରି ରଖିଛି। ତେବେ ବନ ବିଭାଗ ଏଯାବତ୍ ତା’ର ସୁରାକ୍ ପାଇପାରୁନି। ବାଘକୁ ଧରିବାକୁ ଶିମିଳିପାଳରୁ ଆସିଥିବା ସ୍ବତନ୍ତ୍ର ବାଘଧରାଳି ସ୍କ୍ବାଡ୍ ଓ ରୢାପିଡ୍ ରେସପନ୍‌ସ ଟିମ୍ ସମେତ ଗାଙ୍ଗପୁର, ଭଞ୍ଜନଗର ଏବଂ ମୁଜାଗଡ଼ ବନାଞ୍ଚଳର ଅଧିକାରୀ ଏବଂ କର୍ମଚାରୀମାନେ ଦିନରାତି ଏକ କରିଦେଇଛନ୍ତି। ମାଳତିଠୁ ଦୁଇ କିଲୋମିଟର ଦୂର ବାଲିପାଟ ଗ୍ରାମ ଜଙ୍ଗଲ ନିକଟରେ ବାଘଟି ଏକ ଗୟଳକୁ ମାରି ଖାଇଥିବା ଜଣାପଡ଼ିବା ପରେ ୨ଦିନ ତଳେ ‌ବନ ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା। ପ୍ରଥମ ଦିନରେ କୁକୁଡ଼ା ଓ ଦ୍ବିତୀୟ ଦିନରେ ଗୟଳର ଶବକୁ ରଖି ତାକୁ କାବୁ କରିବାକୁ ଚେଷ୍ଟା କରାଯାଇଥିଲା। ତଥାପି ବାଘ ପାଖ ମାଡ଼ି ନଥିଲା। ବାଘ ପ୍ରାୟତଃ କୌଣସି ବନ୍ୟଜନ୍ତୁକୁ ମାରି ଖାଇବା ପରେ ଦିନେ ଦୁଇଦିନ ପରେ ସେହି ସ୍ଥାନକୁ ଆସି ତା’ର ମାଂସ ଖାଇଥାଏ। ଫଳରେ ଏହି ଅନୁମାନ କରି ବନ ବିଭାଗର ଅଧିକାରୀମାନେ ଅପେକ୍ଷା କରିଥିଲେ ହେଁ ବାଘଟି ଆସି ନଥିଲା। 

ଏହାମଧ୍ୟରେ ୩ ଦିନରୁ ଅଧିକ ସମୟ ବିତିସାରିଥିଲେ ହେଁ ଏଯାବତ୍ ବାଘର ଟେର୍ ମିଳୁନି। ନିକଟ କୌଣସି ଜଙ୍ଗଲକୁ ପଳାଇଯାଇଥିବା ଅନୁମାନ କରାଯାଉଥିବା ବେଳେ ଏଥିପାଇଁ ସମସ୍ତ କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଶିମିଳିପାଳରୁ ଆସିଥିବା ରୢାପିଡ୍ ରେସପନ୍ସ ଟିମ୍ ଏକ ମଇଁଷି କିଣି ବାଘକୁ ଧରିବା ପାଇଁ ଜଙ୍ଗଲର ଏକ ଗଛରେ ବାନ୍ଧି ରଖିଛନ୍ତି। ଏ‌ହାସହ ଯନ୍ତା ପ୍ରସ୍ତୁତ କରାଯାଇଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ମଧ୍ୟ ଲଗାଯାଇଛି। ମାଳତି ଇଲାକାର ଜଙ୍ଗଲ ଚାରିପଟକୁ କର୍ମଚାରୀମାନେ ଘେରି ରଖିଛନ୍ତି। ଏଥିପାଇଁ କର୍ମଚାରୀମାନେ ତିନିଟି ଭାଗରେ ବିଭକ୍ତ ହୋଇଛନ୍ତି। ସେହିପରି ଆଖପାଖ ଜଙ୍ଗଲ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ଅଧିକାରୀଙ୍କ ସହ ୪୦ରୁ ଅଧିକ ବନ କର୍ମଚାରୀ ଜଗି ରହିଛନ୍ତି। ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ନଛାଡ଼ିବାକୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଛି। ଗାଙ୍ଗପୁର ଓ ଝାଡ଼ବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe