ଫିରିଙ୍ଗିଆ ଥାନା ପୋଡ଼ି ଘଟଣା: ମୁଖ୍ୟ ଅଭିଯୁକ୍ତ ନୟାଗଡ଼ରୁ ଗିରଫ

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା: ମୁଖ୍ୟ ଅଭିଯୁକ୍ତ ନୟାଗଡ଼ରୁ ଗିରଫ
ଫୁଲବାଣୀ: ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କନ୍ଧମାଳ ପୁଲିସର ମୋଷ୍ଟ୍ ୱାଣ୍ଟେଡ୍‌ ତାଲିକାରେ ଥିବା ବିଶ୍ବରଞ୍ଜନ କହଁର ଓରଫ ବାପିକୁ ଆଜି ଗିରଫ ହୋଇଛି। ଶନିବାର ରାତିରେ ଫିରିଙ୍ଗିଆ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଶ୍ବରଞ୍ଜନକୁ ନୟାଗଡ଼ରୁ କାବୁ କରିବାରେ ସଫଳ ହୋଇଥିଲା।  ଗିରଫ ବିଶ୍ବରଞ୍ଜନ ଫିରିଙ୍ଗିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିବା ବେଳ‌େ ଏକ ପ୍ରମୁଖ ରାଜନୈତିକ ଦଳର ଯୁବନେତା ଭାବେ ଦାୟିତ୍ବ ତୁଲାଉଥିଲା। ତା’ର ପତ୍ନୀ ବର୍ତ୍ତମାନ ସମିତିସଭ୍ୟା ଅଛନ୍ତି। ବିଶ୍ବରଞ୍ଜନ ଗିରଫ ହେବା ପରେ ପୁଲିସକୁ ସାମାନ୍ୟ ଆଶ୍ବସ୍ତି ମିଳିଛି।
ସୂଚନାଯୋଗ୍ୟ, ଫିରିଙ୍ଗିଆର ତତ୍କାଳୀନ ଥାନାଧିକାରୀ ତପନ କୁମାର ନାହାକଙ୍କ ନିର୍ଦ୍ଦେଶରେ ପୁଲିସ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି କରି ୨ ଜଣ ହୋମ୍‌ଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଏବଂ ରବି ଦିଗାଲ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିବାକୁ ନେଉଥିବା ବେଳେ ଲୋକଙ୍କ ଦ୍ବାରା ଧରାପଡ଼ିଥ‌ିଲେ ଏବଂ ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣା ପରେ ପରେ ଗତ ୫ ତାରିଖରେ ସ୍ଥାନୀୟ ଲୋକେ ଫିରିଙ୍ଗିଆ ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଫୁଲବାଣୀ-ବାଲିଗୁଡ଼ା ରାସ୍ତା ଅବରୋଧ କରିଥିଲେ। ତେବେ ସେହିଦିନ ସନ୍ଧ୍ୟାରେ ଉତ୍ତ୍ୟକ୍ତ ଲୋକେ ଥାନାରେ ନିଆଁ ଲଗାଇ ଦେବା ସହ ବ୍ୟାପକ ପୋଡ଼ାଜଳା କରିଥିଲେ। ଥାନା ମାଲ୍‌ଖାନାରେ ଥିବା ସମସ୍ତ ଗଞ୍ଜେଇକୁ ନିଆଁ ଲଗାଇ ଜାଳି ଦେଇଥିଲେ। ଫଳରେ ଫିରିଙ୍ଗିଆରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବତନ ଥାନାଧିକାରୀ ତପନ କୁମାର ନାହାକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ୨ ଜଣ ହୋମ୍‌ଗାର୍ଡ଼ଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe