ଭଦ୍ରକ ବ୍ୟାଙ୍କ ଡକାୟତି ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ୯ ଲକ୍ଷ ଟଙ୍କା ଜବତ

ଭଦ୍ରକ ବ୍ୟାଙ୍କ ଡକାୟତି ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ୯ ଲକ୍ଷ ଟଙ୍କା ଜବତ

ଭଦ୍ରକ: ଭଦ୍ରକ ବ୍ୟାଙ୍କ ଡକାୟତି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ଭଦ୍ରକ ଟାଉନ ଥାନା ପୁଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ମିଷ୍ଟର ଶ୍ରୀକାନ୍ତ (୧୯)। ଶ୍ରୀକାନ୍ତଙ୍କର ଘର ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମରାଠୀବାସା ଗ୍ରାମରେ। ତାଙ୍କଠାରୁ ୯ ଲକ୍ଷ ଟଙ୍କା ଜବତ କରାଯାଇଥିବା ନେଇ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଚରଣ ସିଂହ ମୀନା। ଆଜି ଅଭିଯୁକ୍ତ ମିଷ୍ଟର ଶ୍ରୀକାନ୍ତକୁ କୋର୍ଟଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶ୍ରୀକାନ୍ତ ଜନୈକ ଶିକ୍ଷକଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା ଝାମ୍ପି ନେଇଥିଲେ। ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ନିକଟରେ ଘଟିଥିଲା ଏହି ଅଘଟଣ।

publive-image
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରୁ ଅଗରପଡ଼ା ହାଇସ୍କୁଲର ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ୧୨ ଲକ୍ଷ ୪୬ ହଜାର ଟଙ୍କା ଉଠାଇଥିଲେ। ସେ ଟଙ୍କାକୁ ନିଜ ବ୍ୟାଗରେ ଧରି ବ୍ୟାଙ୍କରୁ ବାହାରକୁ ଆସୁଥିବା ବେଳେ ଦୁଇଜଣ ଲୁଟେରା ତାଙ୍କ ନିକଟରୁ ଟଙ୍କା ବ୍ୟାଗଟି ଝାମ୍ପି ନେଇ ଏକ କଳା ପଲସର୍ ଗାଡ଼ିରେ ଆରଡ଼ି ଛକ ଆଡ଼େ ଦ୍ରୁତଗତିରେ ପଳାଇଥିଲେ। ଖବର ପାଇ ଭଦ୍ରକ ଟାଉନ୍ ଥାନା ପୁଲିସ ଲୁଟେରାଙ୍କ ପିଛା କରିବା ସହ ବ୍ୟାଙ୍କକୁ ଆସି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଅବଶେଷରେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତକୁ  ଧରିବାରେ ସଫଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe