Image Courtesy of India Today
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲରେ ଜମି ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଜମି ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ବଲାଙ୍ଗୀରରୁ ଗିରଫ କରିଛି।
ସୂଚନାନୁସାରେ ବୀରମହାରାଜପୁର ଥାନା ଯୁଧିଷ୍ଠିରପୁର ଗ୍ରାମର ଜଣେ ଭିନ୍ନକ୍ଷମ ରବୀନ୍ଦ୍ର ମହାରଣା (୫୪) ବାଗବର ଗ୍ରାମର ବାସନ୍ତୀ ଦାସଙ୍କଠାରୁ ମଧୁପୁର ମୌଜାର ଖାତା ନମ୍ବର ୧୯ ଓ ୨୦ରୁ ପ୍ରାୟ ୮ ଏକର ଜମି ୧ ଲକ୍ଷ ୮୦ ହଜାର ଟଙ୍କାରେ କିଣିଥିଲେ। କିନ୍ତୁ ପରେ ସେହି ଜମିକୁ ବାସନ୍ତୀ ଦାସଙ୍କ ଝିଅ ସୌଦାମିନୀ ଶତପଥୀ ତଞ୍ଚକତା କରି ନିଜ ନାମରେ କରିଥିଲେ। ପରେ ବିଶ୍ବକଲ୍ୟାଣ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ସେହି ଜମି ୬.୭.୨୦୧୫ରେ ୧ ଲକ୍ଷ ୭୮ ହଜାର ୫୦୦ ଟଙ୍କାରେ ବିକ୍ରି କରି ଦେଇଥିଲେ। ଏହା ଜାଣିବା ପରେ ରବୀନ୍ଦ୍ର ମହାରଣା ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି କରି ବୀରମହାରାଜପୁର ପୋଲିସ୍ ୧୧୭/୨୦୧୯ରେ ଏକ ମାମଲା ରୁଜୁ କରି କରି ଧର୍ମକୁ ଆଖିଠାର କଳା ଭଳିଆ ତଦନ୍ତକୁ ନାଲି ଫିତାତଳେ ଚାପି ଦେଇଥିଲା। ପୋଲିସ୍ ଠାରୁ ଉଚିତ ନ୍ୟାୟ ନପାଇବାରୁ ଶେଷରେ ଲୋକାୟୁକ୍ତ ଓ ମାନବିକ ଅଧିକାର କମିସନରଙ୍କଠାରେ ଅଭିଯୋଗ କରିଥିଲେ ରବୀନ୍ଦ୍ର ମହାରଣା। ବୁଧବାର ବିଳମ୍ବିତ ରାତିରେ ବୀରମହାରାଜପୁର ଏସ୍ଡିପିଓ ଡୋଳାମଣି ଭୋଇଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀ ପଦ୍ମାସିନୀ ମେହେରଙ୍କ ନେତୃତ୍ବରେ ଏକ ଟିମ୍ ବଲାଙ୍ଗୀରର ରାଜୀବ ନଗରରେ ଚଢ଼ଉ କରି ସୌଦାମିନୀ ଶତପଥୀଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଏ ସଂପର୍କରେ ତଦନ୍ତ ଅଧିକାରୀ ପଦ୍ମାସିନୀ ମେହେରଙ୍କୁ ପଚାରିବାରୁ ଏଥିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।
Follow Us