ସୂଚନା ଅଧିକାର କର୍ମୀଙ୍କ ଉପରେ ପଥର ମାଫିଆଙ୍କ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ରବି ଦାସ ଗିରଫ

Advertisment
ସୂଚନା ଅଧିକାର କର୍ମୀଙ୍କ ଉପରେ ପଥର ମାଫିଆଙ୍କ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ରବି ଦାସ ଗିରଫ

ଯାଜପୁର/ଧର୍ମଶାଳା : ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରାଙ୍କ ଉପରେ ପଥର ମାଫିଆଙ୍କ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରବି ଦାସକୁ ପୁଲିସ ଗିରଫ କରିଥିବା ଜଣାଯାଇଛି।

ଗତ ମାସ ୨୭ ତାରିଖ ସଂଧ୍ୟାରେ ଶ୍ରୀ ବେହୁରା ନିଜ କାରରେ ଫେରୁଥିବା ବେଳେ ଧର୍ମଶାଳା ଥାନା ଅନ୍ତର୍ଗତ ଇମାମ୍ନଗର ନିକଟରେ ପଥର ମାଫିଆମାନେ ଯୋଜନାବଦ୍ଧ ଭାବେ ବୋମାମାଡ଼ କରି ହତ୍ୟା ଉଦ୍ୟମ କରଥିଲେ। ଶ୍ରୀ ବେହୁରା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ଆହତ ହୋଇଥିଲେ। ବିଭିନ୍ନ ଦୁର୍ନୀତି ଓ ଲଘୁ ଖଣିଜ ସମ୍ପଦ ଲୁଟ୍ ପ୍ରତିବାଦରେ ଶ୍ରୀ ବେହୁରା ଜନସ୍ବାର୍ଥ ମାମଲା ସହିତ ଲୋକାୟୁକ୍ତରେ ଏକାଧିକ ମାମଲା କରିବା ଫଳରେ ପଥର ମାଫିଆ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଏହାକୁ ଭିତ୍ତିକରି ରାଜ୍ୟ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗତ ୬ ତାରିଖରେ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକାୟୁକ୍ତ ଗତ ୧୨ ତାରିଖରେ ଏହାର ବିଚାର କରି ରାଜ୍ୟ ଗୃହ ସଚିବ, ପୁଲିସ ଡିଜି, ଯାଜପୁର ଏସପି ଓ ଧର୍ମଶାଳା ଥାନାଧିକାରୀଙ୍କୁ ନୋଟିସ୍ କରିଥିଲେ। ଏହା ଉପରେ ୩ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଥାଉକି ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବାବେଳେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରବି ଦାସକୁ ପୁଲିସ ଆଜି ଗିରଫ କରିଛି।

ଏଣେ ଲୋକାୟୁକ୍ତ ବି ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଗୃହ ସଚିବ, ପୁଲିସ ଡିଜି, ଯାଜପୁର ଏସପି ଓ ଧର୍ମଶାଳା ଥାନାଧିକାରୀଙ୍କୁ ୩ ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe